ସନରାଇଜର୍ସ ହାଇଦ୍ରାବାଦ ଠାରୁ ପରାସ୍ତ ହେବା ପରେ ରାଜସ୍ଥାନ ରୟାଲ୍ସର ଅଧିନାୟକ ନିରାଶ ଥିବା ନଜର ଆସିଛନ୍ତି । ସେ କହିଛନ୍ତି କି ରାଜସ୍ଥାନ ଲଗାତାର ୱିକେଟ୍ ହରାଇବାରୁ ରାଜସ୍ଥାନ ଆରମ୍ଭରୁ ଵ୍ୟାକଫୁଟରେ ପଡିଯାଇଥିଲା । ପରିସ୍ଥିତି ଏଭଳି ଥିଲା ଯେ କମ-ବ୍ୟାକ୍ କରିବାର ସୁଯୋଗ ହିଁ ରାଜସ୍ଥାନକୁ ମିଳିଲା ନାହିଁ । ଏହା ବ୍ୟତୀତ ମ୍ୟାଚ ପରେ ରିୟାନ ପରାଗ ହାଇଦ୍ରାବାଦର ଦୁଇ ଡେବ୍ୟୁଟାଣ୍ଟ ପ୍ରଫୁଲ ହିଙ୍ଗେ ଓ ସାକିବ ହୁସେନଙ୍କର ପ୍ରଶଂସା କରିଥିଲେ । ଏହା ସହ ଟସ ଜିତି ପ୍ରଥମେ ବୋଲିଂ କରିବା ନିଷ୍ପତ୍ତି ଉପରେ ମଧ୍ୟ ନିରାଶା ଜାହିର କରିଥିଲେ । ସେ ଭାବିଥିଲେ କି ପ୍ରଥମେ ଟସ୍ ଜିତି ବୋଲିଂ କରିବା ନିଷ୍ପତି ତାଙ୍କ ଦଳ ପାଇଁ ଲାଭବାନ ହେବ।
ଆଇପିଏଲ ୨୦୨୬ ରେ ରାଜସ୍ଥାନ ରୟାଲ୍ସ ଲଗାତାର ୪ ଟି ମ୍ୟାଚରେ ବିଜୟ ପରେ ହାଇଦ୍ରାବାଦ ଠାରୁ ପରାଜୟର ସାମ୍ନା କରିବାକୁ ପଡିଛି । ପରାଜୟ ସତ୍ୱେ ରିୟାନ ପରାଗ ରାଜସ୍ଥାନର ରବୀନ୍ଦ୍ର ଜାଡେଜା ଓ ଡୋନାବନ ଡୋନାଵାନ ଫେରେଇରାଙ୍କ ପ୍ରଶଂସା କରିଛନ୍ତି, କାରଣ ୯ ରନରେ ୫ ଟି ୱିକେଟ୍ ପଡ଼ିଥିଲେ ମଧ୍ୟ ଏହି ଦୁଇ ଖେଳାଳି ୧୦୦ ରନର ଭାଗିଦାରିତ କରିଥିଲେ ।
ଲଗାତାର ୪ ଟି ମ୍ୟାଚରେ ବିଜୟୀ ଥିବା ରାଜସ୍ଥାନର ବିଜୟ ଧାରାକୁ ବିହାର ଓ ବିଦର୍ଭର ଦୁଇ ପେସର ସାକିବ ହୁସେନ ଓ ପ୍ରଫୁଲ ହିଙ୍ଗେ ଭାଙ୍ଗିବାରେ ସଫଳ ହୋଇଥିଲେ । ରାଜସ୍ଥାନ ୨୧୭ ରନର ଲଖ୍ୟକୁ ପିଛା କରୁଥିବାବେଳେ ୧୫୯ ରନରେ ଅଲ ଆଉଟ ହୋଇଥିଲା, ଏହା ସହ ହାଇଦ୍ରାବାଦ ୫୭ ରନରେ ବିଜୟୀ ହୋଇଥିଲା । ପରାଜୟ ସତ୍ୱେ ମଧ୍ୟ ରାଜସ୍ଥାନ ବର୍ତ୍ତମାନ ଟେବୁଲ ଟପର ରହିଛି ।