ଭାରତର ଷ୍ଟାର ଓପନିଂ ବ୍ୟାଟ୍ସମ୍ୟାନ ସଞ୍ଜୁ ସାମସନ ଆଇସିସି ମେନ୍ସ ପ୍ଲେଆର ଅଫ ଦ ମଂଥ(ପୁରୁଷ ବିଭାଗରେ ମାର୍ଚ୍ଚ ମାସର ଶ୍ରେଷ୍ଠ ଖେଳାଳି) ହୋଇଛନ୍ତି । ୨୦୨୬ ଟି-୨୦ ବିଶ୍ୱକପରେ ୩ ଟି ଚମତ୍କାର ପ୍ରଦର୍ଶନ ବଳରେ ସାମସନ ଭାରତକୁ ୨୦୨୬ ଟି-୨୦ ବିଶ୍ୱକପ ଜିତାଇବାରେ ସାହାଯ୍ୟ କରିଥିଲେ । ଏହି ପ୍ରଦର୍ଶନ ପରେ ତାଙ୍କୁ ଆଇସିସି ମାର୍ଚ୍ଚ ମାସ ଶ୍ରେଷ୍ଠ ଖେଳାଳି ଭାବେ ବିବେଚିତ କରିଛନ୍ତି ।
ସଞ୍ଜୁ ୨୦୨୬ ଟି-୨୦ ବିଶ୍ୱକପରେ ୫ଟି ଇନିଂସରେ ୩୨୧ ରନ ସଂଗ୍ରହ କରିଥିଲେ । ପ୍ରଥମ ଦୁଇଟି ଇନିଂସରେ ଭଲ ଆରମ୍ଭ ମିଳିନଥିଲେ ମଧ୍ୟ ସୁପର ୮ ୱେଷ୍ଟ ଇଣ୍ଡିଜ ବିପକ୍ଷ ମ୍ୟାଚ ସଞ୍ଜୁଙ୍କ ଭାଗ୍ୟ ବଦଳାଇଦେଇଥିଲା । ୱେଷ୍ଟ ଇଣ୍ଡିଜ ବିପକ୍ଷ ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ୯୭ ରନର ଅପରାଜିତ ପରି ଓ ପରେ ସେମିଫାଇନାଲରେ ୮୯ ରନର ଇନିଂସ ଖେଳିଥିଲେ ସଞ୍ଜୁ । ଏହା ପରେ ନ୍ୟୁଜିଲାଣ୍ଡ ବିପକ୍ଷ ଫାଇନାଲରେ ୮୯ ରନର ଏକ ଇନିଂସ ଖେଳିଥିଲେ ସଞ୍ଜୁ । ଟି-୨୦ ବିଶ୍ୱକପର ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଭାରତ ପାଇଁ ରନ ସଂଗ୍ରହ କରି ପ୍ଲେଆର ଅଫ ଦ ସିରିଜ ମଧ୍ୟ ହୋଇଥିଲେ ।
ଟି-୨୦ ବିଶ୍ୱକପରେ ବିସ୍ଫୋରକ ଅନ୍ଦାଜରେ ବ୍ୟାଟିଂ କରି ଆଇସିସି ମେନ୍ସ ପ୍ଲେଆର ଅଫ ଦ ମଂଥ (ପୁରୁଷ ବିଭାଗରେ ମାର୍ଚ୍ଚ ମାସର ଶ୍ରେଷ୍ଠ ଖେଳାଳି) ହୋଇଛନ୍ତି ସଞ୍ଜୁ ।