ସାକିବ ହୁସେନ, ୨୧ ବର୍ଷୀୟ ଦ୍ରୁତ ବୋଲର ଆଇପିଏଲ ଡେବ୍ୟୁରେ ଇତିହାସ ରଚିଛନ୍ତି । ସୋମବାର ଖେଳାଯାଇଥିବା ସନରାଇଜର୍ସ ହାଇଦ୍ରାବାଦ ବନାମ ରାଜସ୍ଥାନ ରୟାଲ୍ସ ମ୍ୟାଚରେ ୪ ଓଭରରେ ମାତ୍ର ୨୪ ରନ ଦେଇ ୪ ଟି ୱିକେଟ୍ ନେଇଛନ୍ତି । ସାକିବ ସପ୍ତମ ଖେଳାଳି ହୋଇଛନ୍ତି ଯିଏକି ଆଇପିଏଲ ଡେବ୍ୟୁରେ ୪ ଟି କିମ୍ବା ୪ ରୁ ଅଧିକ ୱିକେଟ୍ ନେଇଛନ୍ତି । ଏହା ସହ ଭାରତୀୟ ଭାବେ ଡେବ୍ୟୁ ମ୍ୟାଚରେ ସର୍ବୋତ୍ତମ ବୋଲିଂ ଫିଗର ରେକର୍ଡରେ ସେ ଅଶ୍ୱିନୀ କୁମାରଙ୍କ ରେକର୍ଡ ସହିତ ସମାନ କରିଛନ୍ତି ।
ସାକିବ ସନରାଇଜର୍ସର ହାଇଦ୍ରାବାଦ ଅନ୍ୟତମ ଦ୍ରୁତ ବୋଲର ପ୍ରଫୁଲ ହିଙ୍ଗେଙ୍କ ସହଭାଗିତାରେ ୮ ଟି ୱିକେଟ୍ ନେଇ ହାଇଦ୍ରାବାଦ କୁ ୫୭ ରନର ବ୍ୟବଧାନରେ ବିଜୟୀ କରିଥିଲେ ।
ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଫ୍ୟାନ୍ସ ଗୋଟେ ହାଇ-ସ୍କୋରିଂ ମ୍ୟାଚର ଅପେକ୍ଷା କରିଥିଲେ । ପ୍ରଥମ ଇନିଂସରେ ହାଇଦ୍ରାବାଦ ୨୧୬ ରନ ସଂଗ୍ରହ କରିଥିଲା । ଦ୍ଵିତୀୟ ଇନିଂସରେ ଚେଜ କରୁଥିବାବେଳେ ୯ ରନରେ ୫ ଟି ୱିକେଟ୍ ହରାଇଥିଲା ରାଜସ୍ଥାନ । ରବୀନ୍ଦ୍ର ଜାଡେଜା ଓ ଡୋନାଵାନ ଫେରେଇରାଙ୍କ ୧୨୮ ରନର ସହଭାଗିତା ସତ୍ୱେ ରାଜସ୍ଥାନକୁ ପରାଜୟର ସାମ୍ନା କରିବାକୁ ପଡିଥିଲା । ଯେଉଁଥିରେ ମୁଖ୍ୟ ଭୂମିକା ଗ୍ରହ କରିଥିଲେ ହାଇଦ୍ରାବାଦର ଦୁଇ ଡେବ୍ୟୁଟାଣ୍ଟ ସାକିବ ହୁସେନ ଓ ପ୍ରଫୁଲ ହିଙ୍ଗେ ।
ତେବେ ସାକିବ ହୁସେନ ହେଉଛନ୍ତି ବିହାରର ଜଣେ ଦ୍ରୁତ ବୋଲର । ସାକିବଙ୍କ ବୋଲିଂ ଉପରେ ହାଇଦ୍ରାବାଦର ସ୍କାଉଟ ଟିମ ନଜର ରଖିଥିଲେ । ଆଇପିଏଲ ୨୦୨୬ ଅକ୍ସନରେ ତାଙ୍କୁ ହାଇଦ୍ରାବାଦ ୩୦ ଲକ୍ଷ ଟଙ୍କାରେ ନିଜ ଦଳରେ ସାମିଲ କରିଥିଲା । ପୂର୍ବରୁ ସାକିବ ୨୦୨୪ ଆଇପିଏଲରେ କୋଲକାତା ନାଇଟ ରାଇଡ଼ର୍ସ ଦଳରେ ସାମିଲ ଥିଲେ କିନ୍ତୁ କୌଣସି ମ୍ୟାଚ ଖେଳିବାର ସୁଯୋଗ ମିଳିନଥିଲା । ଚଳିତ ସିଜିନରେ ସୁଯୋଗ ମିଳିବା ପରେ ନିଜ ପ୍ରତିଭାର ପ୍ରଦର୍ଶନ କରିଛନ୍ତି ୨୧ ବର୍ଷୀୟ ଯୁବ ସାକିବ ।
ଆଇପିଏଲ ଇତିହାସର ଵେଷ୍ଟ ବୋଲିଂ ଫିଗର୍ :
ଅଲଯାରୀ ଜୋସେଫ - ୬/୧୨ (ମୁମ୍ବାଇ ଇଂଡିଆନ୍ସ ବନାମ ସନରାଇଜର୍ସ ହାଇଦ୍ରାବାଦ, ହାଇଦ୍ରାବାଦ, ୨୦୧୯)
ଆଣ୍ଡ୍ରୁ ଟାଏ - ୫/୧୭ (ଗୁଜୁରାଟ ଲାୟନ୍ସ ବନାମ ରାଇଜିଙ୍ଗ ପୁନେ ସୁପରଜାଏଣ୍ଟସ, ରାଜକୋଟ, ୨୦୧୭)
ସୋହେବ ଅକ୍ତର - ୪/୧୧ (କୋଲକାତା ନାଇଟ ରାଇଡ଼ର୍ସ, କୋଲକାତା, ୨୦୦୮ )
ଅଶ୍ୱନୀ କୁମାର - ୪/୨୪ (ମୁମ୍ବାଇ ଇଂଡିଆନ୍ସ ବନାମ କୋଲକାତା ନାଇଟ ରାଇଡ଼ର୍ସ, ମୁମ୍ବାଇ, ୨୦୧୫)
ସାକିବ ହୁସେନ - ୪/୨୪ (ସନରାଇଜର୍ସ ହାଇଦ୍ରାବାଦ ବନାମ ରାଜସ୍ଥାନ ରୟାଲ୍ସ, ହାଇଦ୍ରାବାଦ, ୨୦୨୬)
କେଭନ କୁପର - ୪/୨୬ (ରାଜସ୍ଥାନ ରୟାଲ୍ସ ବନାମ କିଙ୍ଗସ୍ ଏକ୍ସଆଇ ପଞ୍ଜାଵ, ଜୟପୁର, ୨୦୧୨)
ଡେଭିଡ୍ ୱିଜେ - ୪/୩୩ (ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗଲୋର ବନାମ ମୁମ୍ବାଇ ଇଂଡିଆନ୍ସ, ବେଙ୍ଗାଲୁରୁ, ୨୦୧୫)
ପ୍ରଫୁଲ ହିଙ୍ଗେ - ୪/୩୪ (ସନରାଇଜର୍ସ ହାଇଦ୍ରାବାଦ ବନାମ ରାଜସ୍ଥାନ ରୟାଲ୍ସ, ହାଇଦ୍ରାବାଦ, ୨୦୨୬)