ଗଜପତି: ଓଡ଼ିଶାର ଗଜପତି ଜିଲ୍ଲାରେ ପୋଲିସ ମାଦକ ବିରୋଧୀ ଅଭିଯାନରେ ବଡ଼ ସଫଳତା ପାଇଛି। ନୁଆଗଡ଼ ବ୍ଲକ୍ର ଭୀମାନପୁର ଗ୍ରାମ ନିକଟରେ ମାଟି ତଳେ ପୋତାଯାଇଥିବା ବହୁ ପରିମାଣର ଗଞ୍ଜେଇ ଜବତ କରାଯାଇଛି।
ଗୁପ୍ତ ସୂଚନା ଆଧାରରେ ଆର୍. ଉଦୟଗିରି ଏସ୍ଡିପିଓ ରାକେଶ କୁମାର ସାହୁଙ୍କ ନେତୃତ୍ୱରେ ପୋଲିସ ଟିମ୍ ଚଢ଼ାଉ କରିଥିଲା। ଆର୍. ଉଦୟଗିରି ଥାନା ଓ ଚନ୍ଦ୍ରଗିରି ଆଉଟ୍ପୋଷ୍ଟ ପୋଲିସ ଯୋଗେଯୋଗରେ ଏହି ଅଭିଯାନ ଚାଲିଥିଲା।
ତେବେ ଚଢ଼ାଉ ବେଳେ ମାଟି ତଳୁ ୬୭ଟି ପ୍ଲାଷ୍ଟିକ ଜାରି ବସ୍ତାରେ ରଖାଯାଇଥିବା ଗଞ୍ଜେଇ ଜବତ କରାଯାଇଛି। ଏହାର ଅନୁମାନିକ ମୂଲ୍ୟ ୨ କୋଟି ଟଙ୍କାରୁ ଅଧିକ ବୋଲି ପୋଲିସ କହିଛି। ଏହି ଘଟଣା ପରେ ଗଞ୍ଜେଇ ଚୋରାଚାଳାଣରେ ଜଡିତ ଲୋକଙ୍କୁ ଚିହ୍ନଟ କରିବା ପାଇଁ ପୋଲିସ ତଦନ୍ତ ଆରମ୍ଭ କରିଛି। ପୋଲିସ ସୂଚନା ଅନୁଯାୟୀ, ଗଜପତି ଜିଲ୍ଲାରେ ସମ୍ପ୍ରତି ଚାଲିଥିବା ଅଭିଯାନରେ ପ୍ରାୟ ୧୧ ଟନ୍ ଗଞ୍ଜେଇ ଜବତ ହୋଇଛି।