ବୌଦ୍ଧ: ପକ୍ଷାଘାତ ରୋଗରେ ପୀଡ଼ିତl ବୃଦ୍ଧା ପତ୍ନୀଙ୍କୁ ଧରି ଭତ୍ତା ପାଇଁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଦୌଡ଼ିଲେ ବୃଦ୍ଧ ସ୍ୱାମୀ l ବୌଦ୍ଧ ଜିଲ୍ଲା ହରଭଂଗା ବ୍ଲକ୍ ର ସରସରା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ କଟlତଳ ଗ୍ରାମର ବୃଦ୍ଧ ହିମାଂଶୁ ପ୍ରଧାନଙ୍କ ବୃଦ୍ଧା ପତ୍ନୀ ଧାନେଶ୍ଵରୀ ପ୍ରଧାନ ପକ୍ଷାଘାତ ରୋଗରେ ପୀଡ଼ିତl ହୋଇ ଖଟିଆରେ ପଡ଼ି ରହିଛନ୍ତି l ତିନି ମାସ ହେଲା ଭତ୍ତା ପାଇନାହାନ୍ତି ଶ୍ରୀମତୀ ପ୍ରଧାନ l ତିନି ହଜାର ଟଙ୍କା ଉଧାର କରଜ କରି କଷ୍ଟେ ମଷ୍ଟେ ତିନି ମାସ ଚଳେଇ ନେଇଥିଲେ ହିମାଂଶୁ l କରଜ ଟଙ୍କା ଶେଷ ହୋଇଯିବାରୁ ପତ୍ନୀଙ୍କ ଭତ୍ତା ଟଙ୍କା ମିଳିଥିଲେ ଟିକେ ସହାୟତା ମିଳିଥାନ୍ତା ଭାବି ପୁଣି ଧାର କରି ଅଟୋ ଭଡ଼ାରେ ନେଇ ନିଜର ପକ୍ଷାଘାତ ପତ୍ନୀଙ୍କୁ ବଡ଼ କଷ୍ଟରେ ଅଟୋରେ ଲଦି ବୌଦ୍ଧ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ପହଞ୍ଚି ଗଲେ ହିମାଂଶୁ ଜିଲ୍ଲାପାଳଙ୍କୁ ଦୁଃଖ ଜଣାଇବା ପାଇଁ l
ଜିଲ୍ଲାପାଳ ସୋମବାର ଦିନ କାର୍ଯ୍ୟାଳୟରେ ହlଜର ହେବା ପାଇଁ ଓ ସେଦିନ ହିଁ ତାଙ୍କ ଭତ୍ତା ମିଳିଯିବ ବୋଲି କୁଆଡେ ପ୍ରତିଶ୍ରୁତି ଦେଇଥିବା ବୃଦ୍ଧ ହିମାଂଶୁ ଖବର ଓଡ଼ିଶାକୁ ଜଣାଇଥିଲେ l ଅର୍ଥ ଅଭାବରୁ ନିଜ ପତ୍ନୀଙ୍କ ଚିକିତ୍ସା କରିବା ଅସମ୍ଭବ ହୋଇପଡ଼ିଥିବା ବେଳେ ନିଜ ପତ୍ନୀଙ୍କ ଝlଡ଼l ପରିସ୍ରା ନିଜେ ସଫା କରୁଥିବା ହିମାଂଶୁ ବାରମ୍ୱାର ପଞ୍ଚାୟତ କାର୍ଯ୍ୟାଳୟକୁ ଦୌଡ଼ି ଦୌଡ଼ି ନୟାନ୍ତ ହେବା ପରେ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେବା ଅତ୍ୟନ୍ତ ପରିତାପର ବିଷୟ l ଜିଲ୍ଲାପାଳ ମହୋଦୟ ତାଙ୍କ ଦୁଃଖ ବୁଝି ଭତ୍ତା ପ୍ରଦାନ ପାଇଁ ଉପଯୁକ୍ତ ବ୍ୟବସ୍ଥା କରିବେ ବୋଲି ଆଶା ରଖିଛନ୍ତି ହିମାଂଶୁ l