ଭୁବନେଶ୍ୱର: ଯୋଗ୍ୟ ଭୋଟରଙ୍କୁ ଚିହ୍ନଟ କରିବା ଏବଂ ତାଲିକାକୁ ସମ୍ପୂର୍ଣ୍ଣ ସ୍ୱଚ୍ଛ କରିବା ପାଇଁ ଆଜିଠାରୁ ସାରା ରାଜ୍ୟରେ ଆରମ୍ଭ ହୋଇଛି ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ (SIR) ପ୍ରକ୍ରିୟା । ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଆର.ଏସ୍ ଗୋପାଳନଙ୍କ ସୂଚନା ଅନୁଯାୟୀ, ଏହି ପ୍ରକ୍ରିୟା ସେପ୍ଟେମ୍ବର ୬ ତାରିଖ ଚୂଡ଼ାନ୍ତ ତାଲିକା ପ୍ରକାଶ ପାଇବା ପର୍ଯ୍ୟନ୍ତ ଜାରି ରହିବ ।
• ଘର ଘର ବୁଲିବେ BLO: ଆଜିଠାରୁ ଜୁନ୍ ୨୮ ତାରିଖ ମଧ୍ୟରେ ରାଜ୍ୟର ୪୫,୨୫୫ ଜଣ ବିଏଲ୍ଓ ଘରକୁ ଘର ବୁଲି ଭୋଟରଙ୍କୁ ଦୁଇଟି ପରିଗଣନା ଫର୍ମ ପ୍ରଦାନ କରିବେ । ଫର୍ମରେ ପରିବାରର ସଦସ୍ୟ ଓ ବ୍ୟକ୍ତିଗତ ତଥ୍ୟ ଯାଞ୍ଚ କରାଯିବ । ସାମାନ୍ୟ ଭୁଲ୍ ଥିଲେ BLO ତାକୁ ତୁରନ୍ତ ସଂଶୋଧନ କରିବେ । ରାଜ୍ୟ ବାହାରେ ରହୁଥିବା ପ୍ରବାସୀ ଭୋଟରମାନେ ନିର୍ବାଚନ ଆୟୋଗଙ୍କ ପୋର୍ଟାଲ (voters.eci.gov.in) ମାଧ୍ୟମରେ ଅନଲାଇନ୍ରେ ତଥ୍ୟ ଦେଇପାରିବେ । ବର୍ତ୍ତମାନ ସୁଦ୍ଧା ରାଜ୍ୟର ୩,୧୬,୦୩,୩୨୩ (୯୪.୬୧%) ଭୋଟରଙ୍କ ମ୍ୟାପିଙ୍ଗ୍ ସରିଛି । ୧୭% ଲୋକଙ୍କ କ୍ଷେତ୍ରରେ ଥିବା ସାମାନ୍ୟ ତ୍ରୁଟିକୁ ଏହି ସମୟରେ ସଜଡ଼ା ଯିବ ।
ଏସ୍ଆଇଆର୍ (SIR) ର ମୁଖ୍ୟ ତାରିଖ ଗୁଡ଼ିକ:
• ୩୦ ମଇ ରୁ ୨୮ ଜୁନ୍: ବିଏଲ୍ଓଙ୍କ ଦ୍ୱାରା ଘର ଘର ସର୍ଭେ ଏବଂ ମତଦାନ କେନ୍ଦ୍ରଗୁଡ଼ିକର ପୁନର୍ବିନ୍ୟାସ ।
• ୦୫ ଜୁଲାଇ: ଚିଠା (Draft) ଭୋଟର ତାଲିକା ପ୍ରକାଶ ।
• ୦୫ ଜୁଲାଇ ରୁ ୦୪ ଅଗଷ୍ଟ: ନୂତନ ନାମ ପଞ୍ଜିକରଣ, ସଂଶୋଧନ ପାଇଁ ଦାବି ଓ ଆପତ୍ତି ଦାଖଲ ।
• ୦୫ ଜୁଲାଇ ରୁ ୦୨ ସେପ୍ଟେମ୍ବର: ଆପତ୍ତି ଅଭିଯୋଗର ତଦନ୍ତ ଓ ସମାଧାନ ।
• ୦୬ ସେପ୍ଟେମ୍ବର: ଓଡ଼ିଶାର ସଂଶୋଧିତ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ।
ଭୋଟର ତାଲିକା ପ୍ରକ୍ରିୟାର ସ୍ୱଚ୍ଛତା ପାଇଁ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ଏବେ ସୁଦ୍ଧା ରାଜ୍ୟରେ ୩୩,୦୨୬ ଜଣ ବୁଥ୍ସ୍ତରୀୟ ଏଜେଣ୍ଟ (BLA) ନିଯୁକ୍ତ ହୋଇଛନ୍ତି:
• BJP: ୧୯,୩୮୦
• BJD: ୮,୮୮୧
• INC (କଂଗ୍ରେସ): ୪,୬୫୮
• CPI(M): ୬୦ | BSP: ୪୭
• AAP ଓ NPP: ୦ (ଜଣେ ବି ନାହାନ୍ତି)