ସମ୍ବଲପୁର: ସମ୍ବଲପୁର ମଣ୍ଡଳ କାରାଗାରରେ ଜଣେ କାର୍ଯ୍ୟରତ ୱାର୍ଡରଙ୍କ ମୃତ୍ୟୁ ହୋଇଛି । ମୃତକ ହେଲେ ୱାର୍ଡର ରଶ୍ମିରଞ୍ଜନ ମିଶ୍ର । ତାଙ୍କ ଘର ବରଗଡ଼ ଜିଲ୍ଲାରେ ।
ମିଳିଥିବା ପ୍ରାଥମିକ ସୂଚନା ମୁତାବକ, ୱାର୍ଡର୍ ରଶ୍ମିରଞ୍ଜନ ମିଶ୍ର ଡ୍ୟୁଟି କରୁଥିବା ସମୟରେ ଜେଲ୍ ବାରାକର ଶୌଚାଳୟରେ ପଡ଼ି ଗୁରୁତର ହୋଇଥିଲେ । ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ମାତ୍ର ଡାକ୍ତର ସେଠାରେ ତାଙ୍କୁ ମୃତ୍ୟୁ ଘୋଷଣା କରିଛନ୍ତି ।
ରଶ୍ମିରଞ୍ଜନ କିପରି ଶୌଚାଳୟରେ ପଡ଼ିଲେ ତାହା ଜଣାପଡ଼ିନାହିଁ । ଏହା ହୃଦଘାତ ନା ଅଘଟଣ ତାହା ସ୍ପଷ୍ଟ ହୋଇନାହିଁ । ଏ ନେଇ ଜେଲ ଅଧୀକ୍ଷକଙ୍କ ପକ୍ଷରୁ ମଧ୍ୟ କୌଣସି ସୂଚନା ମିଳିପାରିନାହିଁ ।