କେନ୍ଦୁଝର: ଘଟଗାଁ ଅଞ୍ଚଳରେ ୨୦୨୨ ମସିହାରେ ଘଟିଥିବା ଜଣେ ନାବାଳିକାଙ୍କୁ ଦୁଷ୍କର୍ମ ଘଟଣାରେ ସ୍ପେସାଲ୍ ପୋକ୍ସୋ କୋର୍ଟ କଠୋର ରାୟ ଶୁଣାଇଛନ୍ତି। ଦୋଷୀ ଅଜୟ କୁମାର ନାଏକଙ୍କୁ ୨୦ ବର୍ଷ ସଶ୍ରମ କାରାଦଣ୍ଡ ସହ ୨ ହଜାର ଟଙ୍କା ଜରିମାନା ଦଣ୍ଡାଦେଶ ଦିଆଯାଇଛି। ଏହା ସହ ପୀଡ଼ିତାଙ୍କୁ ୧୦ ଲକ୍ଷ ଟଙ୍କା ଅନୁକମ୍ପାମୂଳକ ସହାୟତା ପ୍ରଦାନ ପାଇଁ ଜିଲ୍ଲା ଆଇନ ସେବା ପ୍ରାଧିକରଣକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ।
ସରକାରୀ ଓକିଲଙ୍କ ସୂଚନା ଅନୁଯାୟୀ, ୮ ଜୁଲାଇ ୨୦୨୨ରେ ବାହାଘର ଭୋଜି ସାରି ଘରକୁ ଫେରୁଥିବା ବେଳେ ନାବାଳିକାଙ୍କୁ ଅଭିଯୁକ୍ତ ଅପହରଣ କରି ନିକଟସ୍ଥ ପୋଖରୀ ପାଖରେ ଦୁଷ୍କର୍ମ କରିଥିଲା। ଘଟଣା ପରେ ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ସମସ୍ତ ସାକ୍ଷ୍ୟ ଓ ପ୍ରମାଣକୁ ଆଧାର କରି ସ୍ପେସାଲ୍ ପୋକ୍ସୋ ଜଜ୍ ମୋନାଲିସା ମହାନ୍ତି ଏହି ରାୟ ଦେଇଛନ୍ତି।