ଚଳିତ ବର୍ଷ ଆଇପିଏଲରେ ୧୨ ଏପ୍ରିଲରେ ମୁହାଁମୁହିଁ ହୋଇଥିଲେ ମୁମ୍ବାଇ ଇଂଡିଆନ୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ । ଏହି ମ୍ୟାଚରେ ଡ଼ିଫେଣ୍ଡିଙ୍ଗ ଚାମ୍ପିୟନ ବେଙ୍ଗାଲୁରୁ ୧୮ ରନରେ ମୁମ୍ବାଇକୁ ପରାସ୍ତ କରିଛି । କିନ୍ତୁ ବିଜୟ ସତ୍ୱେ ମଧ୍ୟ ଚିନ୍ତାରେ ଆରସିବି ଫ୍ୟାନ୍ସ, କାରଣ ଏହି ମ୍ୟାଚରେ ବିରାଟ କୋହଲି ଆହତ ହୋଇଛନ୍ତି । କେବଳ ଆରସିବି ନୁହେଁ ମୁମ୍ବାଇ ଇଂଡିଆନ୍ସ ଫ୍ୟାନ୍ସ ମଧ୍ୟ ଚିନ୍ତାରେ, କାରଣ ରୋହିତ ଶର୍ମା ମଧ୍ୟ ବ୍ୟାଟିଂ କରୁଥିବାବେଳେ ସାମାନ୍ୟ ଅସୁସ୍ଥ ଅନୁଭବ କରିବାରୁ ପଡ଼ିଆରୁ ବାହାରୁ ଚାଲିଯାଇଥିଲେ ।
ମୁମ୍ବାଇ ଓ ବେଙ୍ଗାଲୁରୁ ମ୍ୟାଚରେ ବେଙ୍ଗାଲୁରୁ ୨୪୦ ରନ ସଂଗ୍ରହ କରିଥିଲା । ଏତେ ବଡ ସ୍କୋର ସତ୍ୱେ ବିରାଟ ୩୭ ବଲରେ ଶତକ ହାସଲ କରିଥିଲେ ଓ ପରବର୍ତ୍ତୀ ବଲରେ ନିଜ ୱିକେଟ୍ ହରାଇଥିଲେ । ମୁମ୍ବାଇ ଭଳି ବ୍ୟାଟିଂ ପିଚରେ ବିରାଟଙ୍କ ଏଭଳି ବ୍ୟାଟିଂ ଦେଖି ଫ୍ୟାନ୍ସ କିଛି ଚିନ୍ତା କରିବା ପୂର୍ବରୁ ଦ୍ଵିତୀୟ ଇନିଂସରେ ବିରାଟ ଫିଲଡିଂ କରିବାକୁ ପଡିଆକୁ ଓହ୍ଲାଇ ନଥିଲେ । ଯାହାକୁ ନେଇ ଫ୍ୟାନ୍ସ ବେଶ ଚିନ୍ତାରେ ଅଛନ୍ତି । ତେବେ ବିରାଟ ଙ୍କ ଗୋଡରେ ସାମାନ୍ୟ ଆଘାତ ଲାଗିଥିବାରୁ ସେ ଫିଲଡିଂ ପାଇଁ ପଡିଆକୁ ଓହ୍ଲାଇ ନଥିଲେ ।
ରୋହିତ ଶର୍ମା ମଧ୍ୟ ଦ୍ଵିତୀୟ ଇନିଂସରେ ବ୍ୟାଟିଂ କରୁଥିବାବେଳେ ସମ୍ପୂର୍ଣ୍ଣ ଫିଟ ନଜର ଆସୁନଥିଲେ । କିଛି ସମୟ ବ୍ୟାଟିଂ କଲାପରେ ୧୩ ବଲରେ ୧୯ ରନ ସଂଗ୍ରହ କରିଥିଲେ । ଏହା ପରେ ଆହତ କାରଣ ଦର୍ଶାଇ ସେ ପଡ଼ିଆରୁ ବାହାରକୁ ଚାଲିଯାଇଥିଲେ । ଲଗାତାର ୩ ଟି ପରାଜୟ ପରେ ରୋହିତ ଶର୍ମା କାହିଁକି ପଡ଼ିଆରୁ ବାହାରକୁ ଗଲେ ସେ ନେଇ ଚିନ୍ତାରେ ଫ୍ୟାନ୍ସ ।
ଦୁହିଁଙ୍କ ସ୍ୱାସ୍ଥ୍ୟବସ୍ଥାକୁ ନେଇ ଏପର୍ଯ୍ୟନ୍ତ କୌଣସି ସୂଚନା ମିଳିପାରିନାହିଁ । କିନ୍ତୁ ଦୁହେଁ ନିଜ ନିଜ ଦଳ ପାଇଁ ମୁଖ୍ୟ ବ୍ୟାଟ ହୋଇଥିବାରୁ ଫ୍ୟାନ୍ସ ଚିନ୍ତା ପ୍ରକାଶ କରୁଛନ୍ତି ।