ବାରିପଦା: ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ବ୍ଲକ କାକବନ୍ଧ ଆଶ୍ରମ ବିଦ୍ୟାଳୟରେ ଛାତ୍ରୀ ମୃତ୍ୟୁବରଣ ମାମଲାରେ ଉତ୍ତେଜନା ପ୍ରକାଶ ପାଇଛି । ଛାତ୍ରୀଙ୍କ ମୃତଦେହ ବିଦ୍ୟାଳୟରେ ପହଁଚିବା ପରେ ଉତ୍ତ୍ୟକ୍ତ ଅଭିଭାବକମାନେ ବିଦ୍ୟାଳୟ ପରିସରରେ ପୋଡ଼ା ଜଳା କରିଛନ୍ତି । ସମସ୍ତେ ଟାୟାର ଜାଳି ରାସ୍ତା ଅବରୋଧ କରିଛନ୍ତି । ପୋଲିସ ଘଟଣା ସ୍ଥଳରେ ପହଁଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାଇବାକୁ ଚେଷ୍ଟା କରିଛି ।
ସେପଟେ ସରକାର ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କୁ ନିଲମ୍ବିତ କରାଯାଇଛି । ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଦୁଃଖ ପ୍ରକାଶ କରିବା ସହିତ ମୃତ ଛାତ୍ରୀଙ୍କ ନିକଟ ସମ୍ପର୍କୀୟ ପାଇଁ ମୁଖ୍ୟମନ୍ତ୍ରୀ ରିଲିଫି ପାଣ୍ଠିରୁ ୩ ଲକ୍ଷ ଟଙ୍କା ସହାୟତା ଘୋଷଣା କରିଛନ୍ତି ମୋହନ ସରକାର ।
ଗତ ରବିବାର ଦିନ ରାସଗୋବିନ୍ଦପୁର ବ୍ଲକ ସ୍ଥିତ କାକବନ୍ଧ ଆଶ୍ରମ ବିଦ୍ୟାଳୟରେ ସକାଳ ଜଳଖିଆ ଖାଇବା ପରେ ପ୍ରାୟ ୬୫ରୁ ଅଧିକ ଛାତ୍ରଛାତ୍ରୀ ଗୁରୁତର ହୋଇପଡ଼ିଥିଲେ । ପ୍ରାୟ ୨୦୦ ଜଣ ସକାଳ ସମୟରେ ପିଲାଙ୍କୁ ପଖାଳ ଏବଂ ଆଳୁ ଭର୍ତ୍ତା ଖାଇଥିଲେ । ଏହା ପରେ ଧିରେ ଧିରେ କିଛି ପିଲା ଅସୁସ୍ଥ ଅନୁଭବ କରିଥିଲେ । ସମସ୍ତଙ୍କୁ ଜଣଙ୍କ ପର ଜଣଙ୍କୁ ଡାକ୍ତରଖାନା ନିଆଯାଇଥିଲା । ଏହା ପରେ ଧିରେ ଧିରେ କିଛି ପିଲା ଅସୁସ୍ଥ ଅନୁଭବ କରିଥିଲେ । ସମସ୍ତଙ୍କୁ ଜଣଙ୍କ ପର ଜଣଙ୍କୁ ଡାକ୍ତରଖାନା ନିଆଯାଇଥିଲା । ତେବେ ଆଜି ବାରିପଦା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଅବସ୍ଥାରେ ଛାତ୍ରୀ ଜଣକ ପ୍ରାଣ ହରାଇଛନ୍ତି । ଛାତ୍ରୀ ହେଲେ ନଳଗଜା ଅଞ୍ଚଳର ଦୁର୍ଗା ବେଶ୍ରାଙ୍କ ଝିଅ ରୁପାଲି ବେଶ୍ରା । ସେ ପଞ୍ଚମ ଶ୍ରେଣୀରେ ପଢ଼ୁଥିଲେ । ଅସୁସ୍ଥ ହେବା ପରେ ଗତକାଲିଠାରୁ ଆଇସିୟୁରେ ଚିକିତ୍ସାଧୀନ ଥିଲେ ।