ଭୁବନେଶ୍ୱର: ଆସନ୍ତାକାଲି ରାଜଧାନୀର ଜନତା ମୈଦାନରେ ହେବ ମୋକିମଙ୍କ ଶକ୍ତି ପ୍ରଦର୍ଶନ। ନୂଆ ଦଳ ‘ଓଡିଶା ଜନତା କଂଗ୍ରେସ’ ପକ୍ଷରୁ ବିଶାଳ ସମାବେଶ ସହ ଶକ୍ତି ପ୍ରଦର୍ଶନ କରିବେ ଦଳର ମୁଖ୍ୟ ମହମ୍ମଦ ମୋକିମ। ରାଜ୍ୟର ବିଭିନ୍ନ ଜିଲ୍ଲାର ନେତାମାନଙ୍କୁ ନେଇ ଏହି ସମାବେଶ କରାଯିବ। ବିଶେଷ କରି ଯୁବକମାନଙ୍କୁ ନେଇ ଏହି ଦଳ ଆଗକୁ ବଢିବ ବୋଲି ଦଳର ମୁଖ୍ୟ ମହମ୍ମଦ ମୋକିମ ସ୍ପଷ୍ଟ କରିଛନ୍ତି।
"ଯୁବକ ମାନେ ଆସନ୍ତାକାଲିର ନେତୃତ୍ୱ ନେବେ, ସରକାର ଚଳାଇବେ”, ଏହି ଭିଜନ୍ ସହ ଗଢ଼ାଯାଉଛି ଜେନ୍-ଜି ଭିତ୍ତିକ ଦଳ।ତେଣୁ ଯେଉଁ ଯୁବକମାନେ ରାଜନୀତି ପ୍ରତି ଆଗ୍ରହୀ ଅଛନ୍ତି, ସେମାନଙ୍କୁ ଏହି ଦଳରେ ପ୍ରାଥମିକତା ଦିଆଯିବ। କୋରାପୁଟରୁ କନ୍ଧମାଳ ଓ ଉପକୂଳ ଅଞ୍ଚଳ ପର୍ଯ୍ୟନ୍ତ ଯୁବମାନଙ୍କ ଭାରି ସାମିଲ ହେବା ଆଶା କରାଯାଉଛି। ଏହି ସମାବେଶ ମାଧ୍ୟମରେ ରାଜ୍ୟରେ ନୂଆ ରାଜନୈତିକ ପରିବେଶ ସୃଷ୍ଟି କରିବାକୁ ଲକ୍ଷ୍ୟ ରଖିଛି ଦଳ। ସେହିପରି ବିଜେଡି-କଂଗ୍ରେସ ସମ୍ପର୍କକୁ ନେଇ କଟାକ୍ଷ କରିଛନ୍ତି ମୋକିମ। ଦୁଇ ଫେଲ ପିଲା ସଙ୍ଗାତ ବସିବା ଭଳି ବିଜେଡି କଂଗ୍ରେସର ସମ୍ପର୍କ ବୋଲି ତାଚ୍ଛଲ୍ୟ କରିଛନ୍ତି ମୋକିମ।
ଅଧିକ ପଢନ୍ତୁ: ପଞ୍ଚାୟତ ଆସନ ସଂରକ୍ଷଣରେ ବ୍ରେକ୍; ସରକାରଙ୍କ ହଠାତ୍ U-ଟର୍ନ, ସ୍ଥଗିତ ରହିଲା ପ୍ରକ୍ରିୟା