ବାଲେଶ୍ୱର, ଫକୀର ମୋହନ ସ୍ୱୟଂଶାସିତ ମହାବିଦ୍ୟାଳୟର ଓଡ଼ିଆ ବିଭାଗ ମୁଖ୍ୟ ତଥା ସହକାରୀ ପ୍ରଫେସରଙ୍କୁ ପଦବୀରୁ ହଟାଇ ଦିଆଯାଇଛି । ଜଣେ ଛାତ୍ରୀଙ୍କ ଅଭିଯୋଗ କ୍ରମେ କଲେଜ କର୍ତ୍ତୃପକ୍ଷ ଏଚଓଡି ଡାକ୍ତର ସନ୍ତୋଷ କୁମାର ନାୟକଙ୍କୁ ପଦବୀରୁ ହଟାଯାଇଛି ।
ବାଲେଶ୍ୱରର ଏଫ.ଏମ. କଲେଜର ଛାତ୍ରୀ ପ୍ରିତି (ଛଦ୍ମ ନାମ) ଓଡ଼ିଆ ବିଭାଗ ମୁଖ୍ୟ ଡାକ୍ତର ସନ୍ତୋଷ କୁମାର ନାୟକଙ୍କ ବିରୁଦ୍ଧରେ ଗତ ଏପ୍ରିଲ ୬ରେ ଅଭିଯୋଗ ଆଣିଥିଲେ । କଲେଜ ଅଧ୍ୟକ୍ଷ ଏହାକୁ ଗୁରୁତର ସହ ଗ୍ରହଣ କରି ତୁରନ୍ତ ସେହିଦିନ ଯାଞ୍ଚ କରିଥିଲେ । କଲେଜର ଅଧ୍ୟକ୍ଷଙ୍କ ସହ ଆଲୋଚନା ପରେ ସନ୍ତୋଷ କୁମାର ସହକାରୀ ପ୍ରଫେସର ଏବଂ ଏଚ୍ଓଡି ପଦବୀରୁ ବହିଷ୍କାର କରାଯାଇଛି । ଏହା ମଧ୍ୟ କହିଛନ୍ତି ଯେ ଅଭିଯୋଗ ଆବେଦନର ମାମଲା କଲେଜର ଆଭ୍ୟନ୍ତରୀଣ ଅଭିଯୋଗ କମିଟିକୁ ପଠାଯାଇଛି ଏବଂ ଯଥାଶୀଘ୍ର ତଦନ୍ତ ଏବଂ ରିପୋର୍ଟ ଦାଖଲ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ତେବେ ଛାତ୍ରୀ ଜଣକ କଣ ଅଭିଯୋଗ କରିଛନ୍ତି ତାହା ଜଣାପଡ଼ି ନାହିଁ ।