ମୟୂରଭଞ୍ଜ: ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ବ୍ଲକ କାକବନ୍ଧ ଆଶ୍ରମ ବିଦ୍ୟାଳୟର ଛାତ୍ରୀ ମୃତ୍ୟୁବରଣ କରିବା ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଦୁଃଖ ପ୍ରକାଶ କରିଛନ୍ତି । ଏହା ସହିତ ମୃତ ଛାତ୍ରୀଙ୍କ ନିକଟ ସମ୍ପର୍କୀୟ ପାଇଁ ମୁଖ୍ୟମନ୍ତ୍ରୀ ରିଲିଫି ପାଣ୍ଠିରୁ ୩ ଲକ୍ଷ ଟଙ୍କା ସହାୟତା ଘୋଷଣା କରିଛନ୍ତି ମୋହନ ସରକାର ।
ଗତ ରବିବାର, ରାସଗୋବିନ୍ଦପୁର ବ୍ଲକ ସ୍ଥିତ କାକବନ୍ଧ ଆଶ୍ରମ ବିଦ୍ୟାଳୟରେ ସକାଳ ଜଳଖିଆ ଖାଇବା ପରେ ପ୍ରାୟ ୬୫ରୁ ଅଧିକ ଛାତ୍ରଛାତ୍ରୀ ଗୁରୁତର ହୋଇପଡ଼ିଥିଲେ । ପ୍ରାୟ ୨୦୦ ଜଣ ସକାଳ ସମୟରେ ପିଲାଙ୍କୁ ପଖାଳ ଏବଂ ଆଳୁ ଭର୍ତ୍ତା ଖାଇଥିଲେ । ଏହା ପରେ ଧିରେ ଧିରେ କିଛି ପିଲା ଅସୁସ୍ଥ ଅନୁଭବ କରିଥିଲେ । ସମସ୍ତଙ୍କୁ ଜଣଙ୍କ ପର ଜଣଙ୍କୁ ଡାକ୍ତରଖାନା ନିଆଯାଇଥିଲା । ପ୍ରାୟ ୬୦ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ରହିଛନ୍ତି ।
ବାରିପଦା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଅବସ୍ଥାରେ ଛାତ୍ରୀ ଜଣକ ପ୍ରାଣ ହରାଇଛନ୍ତି । ଛାତ୍ରୀ ହେଲେ ନଳଗଜା ଅଞ୍ଚଳର ଦୁର୍ଗା ବେଶ୍ରାଙ୍କ ଝିଅ ରୁପାଲି ବେଶ୍ରା । ସେ ପଞ୍ଚମ ଶ୍ରେଣୀରେ ପଢ଼ୁଥିଲେ । ଅସୁସ୍ଥ ହେବା ପରେ ଗତକାଲିଠାରୁ ଆଇସିୟୁରେ ଚିକିତ୍ସାଧୀନ ଥିଲେ ।