ଭୁବନେଶ୍ୱର: ବନ୍ୟା ପରେ ବାତ୍ୟା ଭୟ ଏବେ ଲୋକଙ୍କୁ ଘାରିଛି । ଆସନ୍ତା ୨୮ ତାରିଖରେ ଆସୁଥିବା ବାତ୍ୟାର ମୁକାବିଲା ପାଇଁ ସରକାର ସମସ୍ତ ପ୍ରକାର ପ୍ରସ୍ତୁତ ଅଛନ୍ତି । ସେଥିପାଇଁ ଆଦୌ ଭୟଭୀତ ହେବାର ଆବଶ୍ୟକତା ନ ଥିବା ରାଜ୍ୟ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି ।
ମନ୍ତ୍ରୀ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଯେ ଆଇଏମଡି ସହିତ ରାଜ୍ୟ ବିପର୍ୟ୍ୟୟ ପରିଚାଳନା ବିଭାଗ ନିରନ୍ତର ଯୋଗାଯୋଗରେ ରହିଛି । ଅବପାତ ଉପରେ ନଜର ରଖାଯାଇଛି । ବନ୍ୟା ଭଳି ବାତ୍ୟାର ମୁକାବିଲା ପାଇଁ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି । ବହୁତ ସମୟ ଧରି ହଟଚମକ ସୃଷ୍ଟି ହୁଏ । ତେଣୁ ଭୟଭୀତ ଓ ବିବ୍ରତ ନ ହେବାକୁ ମନ୍ତ୍ରୀ ଜନସାଧାରଣକୁ ପରାମର୍ଶ ଦେଇଛନ୍ତି ।
ଓଡ଼ିଶା ପୂର୍ବରୁ ଅନେକ ବାତ୍ୟାର ସଫଳତାର ସହିତ ମୁକାବିଲା କରିଛି । ବର୍ତ୍ତମାନ ପାଣିପାଗ ବିଭାଗ ବାତ୍ୟା ନେଇ ସ୍ପଷ୍ଟ ସୂଚନା ଦେଇଛି ଏବଂ ବାତ୍ୟା ସମୟରେ ପବନର ବେଗ ୬୦ରୁ ୭୦ କିଲୋମିଟର୍ ଘଣ୍ଟା ପ୍ରତି ରହିବ । ଯାହା ପୂର୍ବ ବାତ୍ୟାଗୁଡ଼ିକ ତୁଳନାରେ କମ ରହିଛି । ଓଡ଼ିଶାର ତଳ ଭାଗକୁ କମ୍ ଛୁଇଁଲେ ଭଲ । ତଥାପି ସର୍ବାଧିକ ସମ୍ଭାବନା ରଖି ସରକାର ପ୍ରସ୍ତୁତ ହେଉଛନ୍ତି ।
ଭାରତୀୟ ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ, କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଆସନ୍ତା ୨୬ ତାରିଖରେ ବାତ୍ୟାର ରୂପ ନେବ । ଏହା ଆସନ୍ତା ୨୮ ତାରିଖ ବେଳକୁ ଆନ୍ଧ୍ର ଓ ଓଡ଼ିଶା ଉପକୂଳ ଦେଇ ଅତିକ୍ରମ କରିବାର ସମ୍ଭାବନା ରହିଛି ।