ମୟୂରଭଞ୍ଜ: ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ବ୍ଲକ କାକବନ୍ଧ ଆଶ୍ରମ ବିଦ୍ୟାଳୟରେ ଶତାଧିକ ଅନ୍ତେବାସୀ ଅସୁସ୍ଥ ହେବା ଘଟଣାରେ ଜଣେ ଛାତ୍ରୀ ଚିକିତ୍ସାଧିନ ଅବସ୍ଥାରେ ଆଖି ବୁଜିଛନ୍ତି । ବାରିପଦା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଅବସ୍ଥାରେ ଛାତ୍ରୀ ଜଣକ ପ୍ରାଣ ହରାଇଛନ୍ତି । ଛାତ୍ରୀ ହେଲେ ନଳଗଜା ଅଞ୍ଚଳର ୫ମ ଶ୍ରେଣୀ ଛାତ୍ରୀ ରୁପାଲି ବେଶ୍ରା ।
ଗତ ରବିବାର, ରାସଗୋବିନ୍ଦପୁର ବ୍ଲକ ସ୍ଥିତ କାକବନ୍ଧ ଆଶ୍ରମ ବିଦ୍ୟାଳୟରେ ସକାଳ ଜଳଖିଆ ଖାଇବା ପରେ ପ୍ରାୟ ୬୫ରୁ ଅଧିକ ଛାତ୍ରଛାତ୍ରୀ ଗୁରୁତର ହୋଇପଡ଼ିଥିଲେ । ପ୍ରାୟ ୨୦୦ ଜଣ ସକାଳ ସମୟରେ ପିଲାଙ୍କୁ ପଖାଳ ଏବଂ ଆଳୁ ଭର୍ତ୍ତା ଖାଇଥିଲେ । ଏହା ପରେ ଧିରେ ଧିରେ କିଛି ପିଲା ଅସୁସ୍ଥ ଅନୁଭବ କରିଥିଲେ । ସମସ୍ତଙ୍କୁ ଜଣଙ୍କ ପର ଜଣଙ୍କୁ ଡାକ୍ତରଖାନା ନିଆଯାଇଥିଲା । ପ୍ରାୟ ୬୦ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ରହିଛନ୍ତି ।