ଭୁବନେଶ୍ୱର: ପଞ୍ଚାୟତ ନିର୍ବାଚନକୁ ଆହୁରି ବର୍ଷେ ବାକିଥିବାବେଳେ ରାଜ୍ୟରେ ଏବେଠି ରାଜନୀତି ସମୀକରଣ ଜୋର ଧରିଛି । ବିଜେପିକୁ ମାତ୍ ଦେବାକୁ କଂଗ୍ରେସ ଓ ବିଜେଡ଼ି ମଧ୍ୟରେ ମେଣ୍ଟ ହେବ ବୋଲି ଚର୍ଚ୍ଚା ଜୋର ଧରିଛି । ସେପଟେ ବିଜେଡ଼ି ନେତା ଦେବୀ ମିଶ୍ର କହିଛନ୍ତି ବର୍ତ୍ତମାନ ଯାଏ କିଛି ସ୍ଥିର ହୋଇ ନାହିଁ ।
ଦେବୀ ମିଶ୍ର କହିଛନ୍ତି ଯେ ରାଜନୀତିରେ ଏମିତି ଚର୍ଚ୍ଚା ହେବା ସ୍ୱାଭାବିକ । ଏଭଳି ଚର୍ଚ୍ଚା କେବଳ ମିଡିଆରେ ହେଉଛି । ନିର୍ବାଚନକୁ ବହୁତ ସମୟ ଅଛି । ସେ ଜ୍ୟୋତିଷ ନହୁଁନ୍ତି । ତେଣୁ ନଈ ନ ଦେଖି ଲଙ୍ଗଳା ହେବା ଅନୁଚିତ୍ ଅଟେ । ମେଣ୍ଟ ସମ୍ପର୍କିତ ଚୂଡ଼ାନ୍ତ ନିଷ୍ପତ୍ତି କେବଳ ଦଳର ସଭାପତି ନବୀନ ପଟ୍ଟନାୟକ ନେବେ ବୋଲି ଦେବୀ ମିଶ୍ର କହିଛନ୍ତି ।