ଭୁବନେଶ୍ୱର: ଆଜି ହେଉଛି ଓଡ଼ିଆ ନବବର୍ଷ ଏବଂ ମହାବିଷୁବ ସଂକ୍ରାନ୍ତି । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ମୁଖ୍ୟମନ୍ତ୍ରୀ ଚରଣ ମାଝୀଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଶୁଭେଚ୍ଛା ଜଣାଇଛନ୍ତି ।
ପ୍ରଧାନମନ୍ତ୍ରୀ ତାଙ୍କର ସୋସିଆଲ୍ ମିଡ଼ିଆ ଆକାଉଣ୍ଟ ଏକ୍ସରେ ଓଡ଼ିଶାବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ପ୍ରଧାନମନ୍ତ୍ରୀ ଲେଖିଛନ୍ତି , ଏହି ସ୍ଵତନ୍ତ୍ର ଅବସର ଭକ୍ତି, ସଦ୍ଭାବ ଏବଂ ନୂଆ ଋତୁ ଆରମ୍ଭର ବାର୍ତ୍ତା ଦେଇଥାଏ । ଏହା ଓଡ଼ିଶାର ସମୃଦ୍ଧି ପରମ୍ପରାକୁ ପ୍ରତିଫଳିତ କରିଥାଏ । ଏ ବର୍ଷ ଅପାର ସମ୍ଭାବନା ଓ ସଫଳତା ନେଇ ଆସୁ ବୋଲି ମୁଁ ˞ ପ୍ରାର୍ଥନା କରୁଛି । ଏହି ଶୁଭ ଦିନ ସମସ୍ତଙ୍କ ପାଇଁ ଶାନ୍ତି ଓ ସମୃଦ୍ଧି ନେଇ ଆସୁ । ଏ ପର୍ବ ଏକତାର ଭାବନାକୁ ଆହୁରି ଗଭୀର କରୁ ଏବଂ ଆମ ସମାଜକୁ ଯୋଡ଼ି ରଖୁଥିବା ବନ୍ଧନକୁ ଆହୁରି ମଜଭୁତ କରୁ ।
ସେହିପରି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ମଧ୍ୟ ଓଡ଼ିଶାବାସୀଙ୍କୁ ନବ ବର୍ଷର ଶୁଭକାମନା ଜଣାଇଛନ୍ତି । ଓଡ଼ିଆ ନବବର୍ଷ ତଥା ମହାବିଷୁବ ସଂକ୍ରାନ୍ତିର ଏହି ପବିତ୍ର ଅବସରରେ ସମସ୍ତଙ୍କୁ ମୋର ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ। ଏହି ନୂତନ ବର୍ଷ ଆପଣଙ୍କ ଜୀବନରେ ସୁଖ, ଶାନ୍ତି ଓ ସମୃଦ୍ଧି ଭରିଦେଉ ଏବଂ ଆମ ସଂସ୍କୃତି ଓ ଓଡ଼ିଆ ଅସ୍ମିତାକୁ ବିଶ୍ୱ ଦରବାରରେ ଆହୁରି ଗୌରବାନ୍ୱିତ କରିବା ପାଇଁ ଆମକୁ ନୂତନ ଶକ୍ତି ପ୍ରଦାନ କରୁ।