ଭୁବନେଶ୍ୱର: ଆଜି ପୁଣି ଥରେ ବିଜେଡ଼ିର ଦୁଇ ନେତାଙ୍କ ମଧ୍ୟରେ ତର୍କବିତର୍କ ହୋଇଛି । ବବି ଦାସଙ୍କ ଅଭିଯୋଗର କଡ଼ା ଜବାବ ରଖିଛନ୍ତି ପ୍ରଭାତ ବିଶ୍ୱାଳ । ଯଦି ଗୋଟିଏ ଟଙ୍କାର ଦୁର୍ନୀତିର ଆଙ୍ଗୁଳି ଦେଖାଇ ଦିଅନ୍ତି ସେହିଦିନ ସେ ରାଜନୀତିରୁ ସନ୍ନ୍ୟାସ ନେଇଯିବେ ବୋଲି ପ୍ରଭାତ ଦମ୍ଭର ସହ କହିଛନ୍ତି ।
ପ୍ରଭାତ କହିଛନ୍ତି ଯେ ବବି ଦାସଙ୍କ ନିଶା ଆଜି ଭାଙ୍ଗିଛି । ସେଥିପାଇଁ ଆଜି ସେ ବାଉଳି ହେଉଛନ୍ତି । ପ୍ରଭାତ ବିଶ୍ୱାଳ କେବେ କାହାର କୃତଘ୍ନ ନୁହଁନ୍ତି । ବବି ଦାସକୁ ଛୋଟ ପିଲା କହି ତାତ୍ସଲ୍ୟ କରିଛନ୍ତି ପ୍ରଭାତ । ସେ କହିଛନ୍ତି ଦୁଇ ଜଣ ପୂର୍ବତନ ମନ୍ତ୍ରୀଙ୍କ ପାଇଁ ଧଳା ପୋଷାକୁ ନାଲି ପୋଷାକ ପିନ୍ଧିଛନ୍ତି । ଯେଉଁ ଦିନ ଧଳା ପୋଷାକ ପିନ୍ଧିବି ସେହିଦିନ ସବୁ କହିବି । ଏହା ପ୍ରଭାତ ବଡ଼ ଚ୍ୟାଲେଞ୍ଜ ଦେଇଛନ୍ତି । ଯଦି ଗୋଟିଏ ଟଙ୍କାର ଦୁର୍ନୀତିର ଆଙ୍ଗୁଳି ଦେଖାଇ ଦିଅନ୍ତି ସେହି ଦିନ ସେ ରାଜନୀତିରୁ ସନ୍ନ୍ୟାସ ନେଇଯିବେ ବୋଲି ପ୍ରଭାତ ଦମ୍ଭର ସହ କହିଛନ୍ତି ।
ସେହିପରି ପ୍ରଭାତ ଋଣ କଥାକୁ ସ୍ୱୀକାର କରିଛନ୍ତି । ସେ କହିଛନ୍ତି ତାଙ୍କର ୮ କୋଟି ନୁହେଁ ୧୮ କୋଟି ଋଣ ରହିଛି । ୧୯୮୭ ମସିହାରୁ ଅର୍ଜିତ ସମସ୍ତ ସମ୍ପତ୍ତିବାଡ଼ି ବିକ୍ରି କରିଦେଇଛନ୍ତି । ଯାହାର ସମସ୍ତ କାଗଜପତ୍ର ରହିଛନ୍ତି । ସେହିମାନଙ୍କ ପାଇଁ ୧୮ କୋଟି ଋଣରେ ଅଛି । ସେ କାହାଠାରୁ ଗୋଟିଏ ଟଙ୍କା ମାଗି ନାହାଁନ୍ତି । ଚୋର ଚୋରି କରି ସାଧୁ ମୁଣ୍ଡରେ ଅଠା ବୋଲି ଦେଉଛନ୍ତି ବୋଲି ପ୍ରଭାତ କହିଛନ୍ତି ।
ଏଠାରେ ଉଲ୍ଲେଖ ଯୋଗ୍ୟ, ବିଜେଡ଼ି ପୂର୍ବତନ ବିଧାୟକ ପ୍ରଣବ ପ୍ରକାଶ ଦାସ କହିଛନ୍ତି ଆଜି ପର୍ୟ୍ୟନ୍ତ ସେ ଦଳ ପାଇଁ ଚୁପ୍ ଥିଲେ । ପ୍ରଭାତ ବିଶ୍ୱାଳ ରାଜ୍ୟସଭା ନିର୍ବାଚନରେ ବିଜେଡିକୁ ଭୋଟ୍ ଦେବା ପାଇଁ ୮ କୋଟି ମାଗିଥିଲେ । ୮ କୋଟି ଟଙ୍କା ଋଣ ଅଛି, ବବି ଶୁଝିଲେ ଭୋଟ ଦେବି ବୋଲି କହିଥିଲେ । ଆଉ ଏହାର ସାକ୍ଷୀ ଅଛନ୍ତି ବିଜେଡି ବିଧାୟକ ଧ୍ରୁବ ଚରଣ ସାହୁ । ପ୍ରଭାତ ବିଶ୍ୱାଳ ଜଣେ କୃତଘ୍ନ ବୋଲି କହିଛନ୍ତି ବବି ।
ଏଠାରେ ଉଲ୍ଲେଖ ଯୋଗ୍ୟ, ବିଜେଡ଼ି ପୂର୍ବତନ ବିଧାୟକ ପ୍ରଣବ ପ୍ରକାଶ ଦାସ କହିଛନ୍ତି ଆଜି ପର୍ଯ୍ୟନ୍ତ ସେ ଦଳ ପାଇଁ ଚୁପ୍ ଥିଲେ । ପ୍ରଭାତ ବିଶ୍ୱାଳ ରାଜ୍ୟସଭା ନିର୍ବାଚନରେ ବିଜେଡିକୁ ଭୋଟ୍ ଦେବା ପାଇଁ ୮ କୋଟି ମାଗିଥିଲେ । ୮ କୋଟି ଟଙ୍କା ଋଣ ଅଛି, ବବି ଶୁଝିଲେ ଭୋଟ ଦେବି ବୋଲି କହିଥିଲେ । ଆଉ ଏହାର ସାକ୍ଷୀ ଅଛନ୍ତି ବିଜେଡି ବିଧାୟକ ଧ୍ରୁବ ଚରଣ ସାହୁ । ପ୍ରଭାତ ବିଶ୍ୱାଳ ଜଣେ କୃତଘ୍ନ ବୋଲି କହିଛନ୍ତି ବବି ।