କେନ୍ଦୁଝର ଜିଲ୍ଲାର ବିକାଶକୁ ନୂତନ ଗତି ଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବଡ଼ବିଲବାସୀଙ୍କ ପ୍ରତିଶ୍ରୁତି ପୂରଣ କରି ବାଇପାସ୍ ରିଙ୍ଗ୍ ରୋଡ୍ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି। ଏହା କେନ୍ଦୁଝର ଅଞ୍ଚଳର ପାଇଁ ଏକ ବଡ଼ ବିକାଶମୂଳକ ପଦକ୍ଷେପ।
ମୁଖ୍ୟମନ୍ତ୍ରୀ ଆଜି କେନ୍ଦୁଝରଗ୍ରସ୍ତ ସମୟରେ ମୋଟ ୨୪ଟି ପ୍ରକଳ୍ପ (୨୯.୪୧ କୋଟି) ଉଦ୍ଘାଟନ କରିଥିବାବେଳେ ୫୧ଟି ନୂତନ ପ୍ରକଳ୍ପର (୩୨୬.୪୩ କୋଟି) ଶିଳାନ୍ୟାସ କରିଛନ୍ତି। ଏଥିରେ ବଡ଼ବିଲ ବାଇପାସ ରିଙ୍ଗରୋଡ଼ ପ୍ରକଳ୍ପ ହେଉଛି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ।
୧୮.୩ କିଲୋମିଟର ଲମ୍ବା ଏହି ପ୍ରକଳ୍ପ ପାଇଁ ୧,୫୮୧ କୋଟି ଖର୍ଚ୍ଚ ହେବ। ଏହାଫଳରେ ପ୍ରତିଦିନ ପ୍ରାୟ ୪୦,୦୦୦ ଯାନବାହନ ଚଳାଚଳକୁ ସହଜ କରିବା ସହିତ ଟ୍ରାଫିକ୍ ଜାମ୍ କମେଇବ। ଏଥି ସହିତ ଏହି ପ୍ରକଳ୍ପ ଦ୍ୱାରା ସ୍ଥାନୀୟ ଅଞ୍ଚଳର ବ୍ୟବସାୟିକ କାର୍ଯ୍ୟକଳାପ ମଧ୍ୟ ବୃଦ୍ଧି ପାଇବ।
ଏହା ସହିତ ଯୋଡ଼ା, ବସୁଦେବପୁର ଓ ବଡ଼ବିଲ ଅଞ୍ଚଳରେ ୨୯୮ କୋଟି ବ୍ୟୟରେ ନୂତନ ବିଦ୍ୟୁତ ସବ୍ଷ୍ଟେସନ୍ ସ୍ଥାପନ କରାଯିବ। ଏହା ବ୍ୟତୀତ ମୁଖ୍ୟମନ୍ତ୍ରୀ ବଡ଼ବିଲରୁ ପାରାଦୀପକୁ ୮-ଲେନ୍ ରୋଡ୍ ନିର୍ମାଣକୁ ଶୀଘ୍ର ଶେଷ କରିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି।
ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ମୁଖ୍ୟମନ୍ତ୍ରୀ କହିଥିଲେ ଯେ, "କେନ୍ଦୁଝର ବା ବଡବିଲ୍ ପରି ସହରମାନଙ୍କ ଟ୍ରାଫିକ ଏବଂ ଭାରି ଯାନବାହାନ ଚଳାଚଳ ସମସ୍ୟା ବିଷୟରେ ମୁଁ ସବୁ ଜାଣିଛି। ମୁଁ ନିଜେ ଗୋଟିଏ ଭୁକ୍ତଭୋଗୀ । ତେଣୁ, ଏ ସବୁ ଅସୁବିଧା ଦୂର କରିବା ପାଇଁ ଆମ ସରକାର ପ୍ରଥମରୁ ହିଁ ନିଷ୍ପତ୍ତି ନେଇଥିଲେ। ଆଜି ସେହି ନିଷ୍ପତ୍ତିକୁ କାର୍ଯ୍ୟକାରୀ କରାଯାଇ ବଡ଼ବିଲ ସହର ପାଇଁ ୧୮ କିଲୋମିଟରରୁ ଉର୍ଦ୍ଧ୍ୱ ଲମ୍ବା ବାଇପାସ୍ ତଥା ରିଂ ରୋଡ୍ ର ଶିଳାନ୍ୟାସ କରାଗଲା। ଭଦ୍ରା ସାହିରୁ ସେରେଣ୍ଡା ପର୍ଯ୍ୟନ୍ତ ୩.୭ କିଲୋମିଟର, ସେରେଣ୍ଡାରୁ ବଲାଣି ପର୍ଯ୍ୟନ୍ତ ୬.୩ କିଲୋମିଟର ଏବଂ ସେରେଣ୍ଡାରୁ ନଲ୍ଦା ପର୍ଯ୍ୟନ୍ତ ହେଉଛି ୮.୩ କିଲୋମିଟର । ଏ ପୁରା ବାଇପାସ୍ଟି ଆପଣମାନଙ୍କର ଏକ ଦୀର୍ଘଦିନର ସମସ୍ୟାର ସମାଧାନ କରିବ। ଏହାର ଡିଜାଇନ୍ ଅତ୍ୟନ୍ତ ଉନ୍ନତ ମାନର ହେବ ଏବଂ ଅଧିକ ଗାଡିର ବୋଝ ବା ଟ୍ରାଫିକ୍ ସମ୍ଭାଳିଲାଭଳି ଦୃଢ଼ତା ଏହାର ରହିବ"।
ଏଥିସହ ମୁଖ୍ୟମନ୍ତ୍ରୀ ଆଜି ଜିଲ୍ଲାରେ ଖେଳ ପ୍ରାସାଦ, ବସ୍ଷ୍ଟାଣ୍ଡ ଉନ୍ନତି, ITI କ୍ୱାର୍ଟର୍, ସବ୍-ରେଜିଷ୍ଟ୍ରାର୍ କାର୍ଯ୍ୟାଳୟ ଓ ପାର୍କ ଭଳି ଅନେକ ପ୍ରକଳ୍ପ ମଧ୍ୟ ଉଦ୍ଘାଟନ କରିଛନ୍ତି। ମୁଖ୍ୟମନ୍ତ୍ରୀ କେନ୍ଦୁଝରରେ ଆସନ୍ତା ମେଗା ଷ୍ଟିଲ୍ ପ୍ଲାଣ୍ଟ ବିଷୟରେ କହିଛନ୍ତି, ଯାହା ଦ୍ୱାରା ୧୦,୦୦୦ କୋଟିରୁ ଅଧିକ ନିବେଶ ଆସିବା ସହିତ ୧୦,୦୦୦ରୁ ଅଧିକ ଚାକିରି ସୃଷ୍ଟି ହେବ। ଷୟରେ କହିଛନ୍ତି, ଯାହା ଦ୍ୱାରା ୧୦,୦୦୦ କୋଟିରୁ ଅଧିକ ନିବେଶ ଆସିବା ସହିତ ୧୦,୦୦୦ରୁ ଅଧିକ ଚାକିରି ସୃଷ୍ଟି ହେବ। ଏହି ପ୍ରକଳ୍ପ କେବଳ ପରିବହନକୁ ସୁରକ୍ଷିତ ଓ ସୁବିଧାଜନକ କରିବ ନାହିଁ, ବରଂ ଅଞ୍ଚଳର ଆର୍ଥିକ ଅଭିବୃଦ୍ଧି ଓ ବିକାଶକୁ ଆହୁରି ତ୍ୱରାନ୍ୱିତ କରିବ।