ଭୁବନେଶ୍ୱର: ରାଜ୍ୟରେ ସାଇବର ଅପରାଧ, ଆର୍ଥିକ ଠକେଇ ଏବଂ ଏହା ସହିତ ମହିଳା ଓ ଶିଶୁମାନଙ୍କ ବିରୁଦ୍ଧରେ ହେଉଥିବା ସାଇବର ଅତ୍ୟାଚାରକୁ ରୋକିବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଏକ ବଡ ପଦକ୍ଷେପ ନେଇ ‘ଓଡିଶା ସାଇବର କମାଣ୍ଡ ସେଣ୍ଟର’ ଗଠନ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଏଥିପାଇଁ ମୁଖ୍ୟମନ୍ତ୍ରୀ ୨୪୯.୩୯ କୋଟି ଟଙ୍କା ମଞ୍ଜୁର ମଧ୍ୟ କରିଛନ୍ତି।
ସାଇବର ଅପରାଧକୁ ଚିହ୍ନଟ କରିବା, ରୋକିବା ଏବଂ ବିଭିନ୍ନ ପ୍ରକାର ସାଇବର ଠକେଇ ଓ ସାଇବର ବିପଦର ନିୟନ୍ତ୍ରଣ ପାଇଁ ତଦନ୍ତ କରିବା କ୍ଷେତ୍ରରେ ଏହି କମାଣ୍ଡ ସେଣ୍ଟର ଏକ ବିଶେଷଜ୍ଞ ସଂସ୍ଥା ଭାବେ କାର୍ଯ୍ୟକରିବ।
ଏହାର ମୁଖ୍ୟତଃ ୪ଟି ମୁଖ୍ୟ ଶାଖା ରହିବ। ଏହି ଶାଖା ଗୁଡିକ ହେଉଛି- ସାଇବର କ୍ରାଇମ ହେଡକ୍ୱାର୍ଟର୍ସ, ଷ୍ଟେଟ ସାଇବର କ୍ରାଇମ ପୋଲିସ ଷ୍ଟେସନ, ସାଇବର ରିସୋର୍ସ ସେଣ୍ଟର ଏବଂ AI ପ୍ରେଡିକ୍ଟିଭ୍ ପୋଲିସିଙ୍ଗ୍ ଆଣ୍ଡ ଡାଟା ଆନାଲିଟିକ୍ସ ସେଣ୍ଟର (AI Predictive Policing & Data Analytics Centre।
Also Read: ଆସନ୍ତାକାଲିଠାରୁ ବାତ୍ୟା କ୍ଷୟକ୍ଷତି ଆକଳନ, ୮ଟି ନଦୀର ଭିତ୍ତିଭୂମିର ହେବ ବିକାଶ