ଭୁବନେଶ୍ୱର: ବିଜେଡ଼ି ବରିଷ୍ଠ ନେତା ଭୂପିନ୍ଦର ସିଂହ ଦଳର ସ୍ଥିତିକୁ ନେଇ ଚିନ୍ତ ପ୍ରକଟ କରିଛନ୍ତି । କିନ୍ତୁ ଆଜି ଦିନରେ ବିଜୁ ଲିଗାସୀ ଏବଂ ଶଙ୍ଖ ଭବନରୁ କଲ୍ ଆସିଥିବାରୁ ସେ ଉଭୟ ଗୋଷ୍ଠୀଙ୍କୁ ଧନ୍ୟବାଦ ଜଣାଛନ୍ତି ।
ବିଜୁ ବାବୁଙ୍କ ତିରୋଧାନ ଦିବସରେ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ବିଜୁ ଲିଗାସୀ ଏବଂ ଶଙ୍ଖ ଭବନରୁ ଭୂପିନ୍ଦରଙ୍କୁ କଲ୍ ଆସିଛି । ମାତ୍ର ବ୍ୟକ୍ତିଗତ କାର୍ଯ୍ୟବ୍ୟସ୍ତତା ଯୋଗୁଁ ସେ ଯାଇ ପାରିନଥିବା କହିଛନ୍ତି । ଭୂପିନ୍ଦର କହିଛନ୍ତି, ବିଜୁ ଲିଗାସୀ ପକ୍ଷରୁ ବିଜୟ ମହାପାତ୍ର ଓ ରବି ପାଣିଙ୍କ ପକ୍ଷରୁ କଲ୍ ଆସିଥିଲା । ସେହିପରି ପ୍ରଥମ ଥର ଶଙ୍ଖ ଭବନରୁ ମଧ୍ୟ ତାଙ୍କୁ ଅଶୋକ ପଣ୍ଡା କଲ୍ କରିଥିବାରୁ ସେ ଧନ୍ୟବାଦ ଜଣାଇଛନ୍ତି । ବିଳମ୍ବରେ ହେଲେ ମଧ୍ୟ ଦଳର ସଭାପତି ଗୋଟିଏ ପରେ ଗୋଟିଏ ଘଟଣାକୁ ଗୁରୁତର ସହ ଗ୍ରହଣ କରିଛନ୍ତି । ସେହିପରି ଦଳର ସ୍ଥିତି ସୁଧାରିବାକୁ ଆହୁରି ସମୟ ଲାଗିବ ବୋଲି କହିଛନ୍ତି ଭୂପିନ୍ଦର ।
ଅନ୍ୟପକ୍ଷରେ ରାଜ୍ୟସଭାରେ ସସ୍ମିତ ପାତ୍ରଙ୍କ ଇସ୍ତଫା ତାଙ୍କୁ ଆଶ୍ଚର୍ଯ୍ୟ କରିଛି । ଭୂପିନ୍ଦର ପ୍ରତିକ୍ରିୟା ଦେଇଛନ୍ତି ଯେ ସସ୍ମିତ ତତକ୍ଷଣାତ୍ ଇସ୍ତଫା ଦେଲେ । କେଉଁ କାରଣରୁ ସେ ଇସ୍ତଫା ଦେଲେ ତାହା ମଧ୍ୟ ଚର୍ଚ୍ଚା ହେଲା ନାହିଁ । କିନ୍ତୁ ସସ୍ମିତ ଦଳର ଜଣେ ସବୁଠାରୁ ଶୃଙ୍ଖଳିତ ସଦସ୍ୟ । କାହିଁକି ତାଙ୍କ ଉପରେ ଏଭଳି ନିଷ୍ପତ୍ତି ନିଆଗଲା ଏହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।
ସେହିପରି ବିଜେଡ଼ି ଓ କଂଗ୍ରେସ ମେଣ୍ଟର କୌଣସି ସମ୍ଭାବନା ନାହିଁ । ରାଜନୀତିଠାରୁ ଆରମ୍ଭ କରି ସମସ୍ତ ବିଷୟର ସମୟ ହେଉଛି ବଳିୟାନ୍ । ତେଣୁ ସମୟକୁ ଅପେକ୍ଷା କରିବାକୁ ପଡ଼ିବ ।