ବଲାଙ୍ଗୀର: ବଲାଙ୍ଗିରର ଭବାନୀପାଟଣା-ରାୟପୁର ଜାତୀୟ ରାସ୍ତାରେ ଏକ ଭୟାବହ ଅଗ୍ନିକାଣ୍ଡ ଘଟିଛି। ସିନ୍ଧେକେଳା ନିକଟରେ ଚାଲୁଥିବା କାରରେ ହଠାତ୍ ଶର୍ଟ ସର୍କିଟ୍ ହେବାରୁ ନିଆଁ ଲାଗି ରାସ୍ତା ମଝିରେ ହୁତୁହୁତୁ ହୋଇ ଜଳିଯାଇଛି। କାରଟି ଭବାନୀପାଟଣା ଅଭିମୁଖେ ଯାଉଥିବା ସମୟରେ ଶୁଣ୍ଢିମୁଣ୍ଡା ନିକଟରେ ହଠାତ୍ ଗାଡିରେ ନିଆଁ ଲାଗିଯାଇଥିଲା।
ଅଗ୍ନିଶମବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି। ରାସ୍ତା ମଝିରେ ଗାଡି ଜଳୁଥିବାରୁ କିଛି ସମୟ ଯାତାୟତ ବାଧାପ୍ରାପ୍ତ ହୋଇଥିଲା। ତେବେ କାରରେ ଥିବା ଦମ୍ପତି ଏଥିରୁ ଅଳ୍ପକେ ରକ୍ଷା ପାଇଛନ୍ତି।
ଖବର ପାଇ ସିନ୍ଧେକେଳା ପୋଲିସ୍ ଘଟଣାସ୍ଥଳରେ ପହଞ୍ଚିଥିଲେ। ପରେ ଅଗ୍ନିଶମ ବିଭାଗ ଦୀର୍ଘ ସମୟ ଚେଷ୍ଟା ପରେ ଆଗକୁ ନିୟନ୍ତ୍ରଣ କରିଥିଲେ। ତେବେ ସେତେବେଳେକୁ କାରଟି ସମ୍ପୂର୍ଣ୍ଣ ଭାବେ ଜଳିଯାଇଥିଲା।