ନୂଆଦିଲ୍ଲୀ: ସୂର୍ଯ୍ୟକୁମାର ଯାଦବଙ୍କ ନେତୃତ୍ଵ ଭାରତକୁ T20 ବିଶ୍ୱକପ୍ ଜିତାଇ ଥାଇପାରେ, କିନ୍ତୁ ତାଙ୍କ ବ୍ୟାଟିଂ ଫର୍ମ ଏବେ ତାଙ୍କ ପାଇଁ ବଡ଼ ଚିନ୍ତାର କାରଣ ପାଲଟିଛି। ସୂର୍ଯ୍ୟଙ୍କୁ ୨୦୨୮ ଅଲିମ୍ପିକ୍ ଗେମ୍ସ ପାଇଁ ଦଳରେ ସାମିଲ କରାଯିବ କି ନାହିଁ ତାକୁ ନେଇ ଆଶଙ୍କା ପ୍ରକାଶ ପାଇଛି। ଜୁନ୍-ଜୁଲାଇରେ ଭାରତର ଇଂଲଣ୍ଡ ଏବଂ ଆୟର୍ଲାଣ୍ଡ ଗସ୍ତ ଅଧିନାୟକଙ୍କ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ ହେବ। କାରଣ ଏହି ଗସ୍ତରେ ତାଙ୍କର ନେତୃତ୍ଵ ପରିବର୍ତ୍ତେ ତାଙ୍କ ବ୍ୟାଟିଂର ପରୀକ୍ଷା ହେବ। ଏହି ଗସ୍ତ ତାଙ୍କୁ ୨୦୨୮ରେ ପ୍ରମୁଖ ଟୁର୍ଣ୍ଣାମେଣ୍ଟ ପାଇଁ ବଜାୟ ରଖାଯିବ କି ନାହିଁ ତାହା ନିର୍ଣ୍ଣୟ କରିପାରେ। ୨୦୨୮8ରେ ଆମେରିକାରେ ଅଲିମ୍ପିକ୍ସ ଏବଂ ଅଷ୍ଟ୍ରେଲିଆରେ T20 ବିଶ୍ୱକପ୍ ଖେଳାଯିବ।
ସୂର୍ଯ୍ୟକୁମାର ବର୍ତ୍ତମାନ ବି ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀରଙ୍କ ପ୍ରଥମ ପସନ୍ଦ। ତାଙ୍କ କାର୍ଯ୍ୟକାଳ ଅଷ୍ଟ୍ରେଲିଆରେ ୨୦୨୮ ଟି20 ବିଶ୍ୱକପ୍ ପର୍ଯ୍ୟନ୍ତ ବୃଦ୍ଧି ହେବାର ସମ୍ଭାବନା ଅଛି। ତଥାପି, ଅଜିତ ଅଗରକରଙ୍କ ନେତୃତ୍ଵାଧୀନ ଚୟନ କମିଟି ଗମ୍ଭୀରଙ୍କ ସହ ସହମତ କି ନାହିଁ ତାହା ଜଣା ପଡ଼ିନି। କାରଣ ଅଲିମ୍ପିକ୍ ସମୟରେ ସୂର୍ଯ୍ୟକୁମାରଙ୍କୁ ପ୍ରାୟ ୩୮ ବର୍ଷ ବୟସ ହୋଇଯିବ।
ଟି-୨୦ ବିଶ୍ୱକପରେ ଚମତ୍କାର ପ୍ରଦର୍ଶନ ପରେ ମାର୍ଚ୍ଚ ମାସର ଶ୍ରେଷ୍ଠ ଖେଳାଳି ହୋଇଛନ୍ତି ସଞ୍ଜୁ ସାମସନ
ବିସିସିଆଇର ବିଶ୍ଵସ୍ତ ସୂତ୍ର ଅନୁଯାୟହୀ, ସୂର୍ଯ୍ୟ ବର୍ତ୍ତମାନ ଦଳର ଅଧିନାୟକ ଅଛନ୍ତି। କିନ୍ତୁ ତାଙ୍କୁ ଜଣେ ବ୍ୟାଟର ଭାବେ ନିଜର ସ୍ଥିରତା ବଜାୟ ରଖିବାକୁ ପଡିବ। ସେ ୟୁକେ ଗସ୍ତ ସମୟରେ ଦଳର ଅଧିନାୟକ ହେବେ, କିନ୍ତୁ ଏହା ପରେ ୨୦୨୮ ପର୍ଯ୍ୟନ୍ତ ସେ ଦଳରେ ରହିବେ କି ନାହିଁ ତାହା ସମ୍ପୂର୍ଣ୍ଣ ଭାବରେ ପ୍ରଦର୍ଶନ ଉପରେ ନିର୍ଭର କରିବ। ସୂର୍ଯ୍ୟକୁମାରଙ୍କର ପ୍ରଦର୍ଶନ ୨୦୨୫ରେ ନିରାଶଜନକ ଥିଲା। ବିଶେଷ ଭାବରେ ତାଙ୍କର ଷ୍ଟ୍ରାଇକ୍ ରେଟ୍ ୧୨୦ ତଳେ ଖସି ରହିଥିଲା। ଏହି ସମୟରେ ତାଙ୍କ ବ୍ୟାଟରୁ ଗୋଟିଏ ଅର୍ଦ୍ଧଶତକ ଆସି ନ ଥିଲା।
କିନ୍ତୁ ୨୦୨୬ରେ ଭଲ ପ୍ରଦର୍ଶନ କରିଥିଲେ। ୧୬୦ ରୁ ଅଧିକ ଷ୍ଟ୍ରାଇକ୍ ରେଟରେ ସ୍କୋର କରିଥିଲେ, ଯେଉଁଥିରେ ଚାରିଟି ଅର୍ଦ୍ଧଶତକ ମଧ୍ୟ ସାମିଲ ଥିଲା। ତଥାପି, ଆମେରିକା ବିପକ୍ଷ ପ୍ରଥମ ମ୍ୟାଚ୍ ବ୍ୟତୀତ ଟି-୨୦ ବିଶ୍ୱକପରେ ସୂର୍ଯ୍ୟକୁମାରଙ୍କ ପ୍ରଦର୍ଶନ ଆଶାନୁରୂପ ନ ଥିଲା। ଦଳରେ ତାଙ୍କର ସ୍ଥାନ ବଜାୟ ରଖିବା ପାଇଁ ତାଙ୍କୁ ବ୍ୟାଟିଂରେ ପ୍ରଦର୍ଶନ କରିବାକୁ ପଡ଼ିବ।