ଝାରସୁଗୁଡ଼ା : ଚାକିରି ଦେବା ନାଁରେ ୪ ଲକ୍ଷ୍ୟ ରୁ ଉର୍ଦ୍ଧ ଟଙ୍କା ଠକେଇ ହୋଇଥିବା ଅଭିଯୋଗ। ଝାରସୁଗୁଡ଼ା ମୁଖ୍ୟ ଚିକିତ୍ସାଳୟରେ କାର୍ଯ୍ୟ କରୁଥିବା ଲିଫ୍ଟ ଟେକନିଶିଆନଙ୍କ ନାଁରେ ଏପରି ସଙ୍ଗୀନ ଅଭିଯୋଗ ଆସିଛି। ତେଣୁ ପୋଲିସ ଏ ଘଟଣାକୁ ନେଇ ଅଧିକ ତଦନ୍ତ ଜାରି ରଖିବା ସହିତ ଅଭିଯୁକ୍ତକୁ ଗିରଫ କରିଛି।
ସୂଚନା ଅନୁସାରେ , ଝାରସୁଗୁଡା ମୁଖ୍ୟ ଚିକିତ୍ସାଳୟରେ କାର୍ଯ୍ୟ କରୁଥିବା ଲିଫ୍ଟ ଟେକନିଶିଆନ କିଛି ଯୁବକଙ୍କୁ ମୁଖ୍ୟ ଚିକିତ୍ସାଳୟରେ ଚାକିରି କରିଦେବାକୁ କହି ସେମାନଙ୍କ ଠାରୁ ଅନେକ ଟଙ୍କା ନେଇଥିଲେ। ହେଲେ ସେମାନଙ୍କର ଚାକିରି କରେଇ ନଥିଲେ। ସେମାନେ ବାର ବାର ଏ ନେଇ ଲିଫ୍ଟ ଟେକନିଶିଆନଙ୍କୁ କହିଥିଲେ ମଧ୍ୟ ସେ ଶୁଣିନଥିଲେ। ତେଣୁ ଯୁବକମାନେ ଲିଫ୍ଟ ଟେକନିଶିଆନଙ୍କ ବିରୋଧରେ ପୋଲିସ ନିକଟରେ ଅଭିଯୋଗ କରିଥିଲେ। ଏହାପରେ ପୋଲିସ ଏହି ଘଟଣା ତଦନ୍ତ କରିବା ପରେ ଅଭିଯୁକ୍ତ ପିଣ୍ଟୁ ନନ୍ଦକୁ ଗିରଫ କରି କୋର୍ଟ ଚାଲାଣ କରିଛି।