ସୁନ୍ଦରଗଡ: ପୁଣି ବିସ୍ଫୋରଣ ହୋଇଛି ଲ୍ୟାଣ୍ତମାଇନ୍ । ଏହି ବିସ୍ଫୋରଣରେ ଜଣେ ଗ୍ରାମବାସୀ ମୃତ ହୋଇଛନ୍ତି । ସୁନ୍ଦରଗଡ଼ ଜିଲ୍ଲା ଜରେଇକେଲା ସୀମାନ୍ତରୁ୨୫ କିଲୋମିଟର ଦୂର ସରଣ୍ଡା ଜଙ୍ଗଲ ସଂଲଗ୍ନରେ ଏହି ଲ୍ୟାଣ୍ଡମାଇନ ବିସ୍ଫୋରଣ ହୋଇଛି ।
ସୂଚନା ଅନୁସାରେ, ମୃତକ ସାଉ ବାରଜୋ ପତ୍ର ଓ କାଠ ସଂଗ୍ରହ ପାଇଁ ଯାଇ ଫେରୁଥିବା ସମୟରେ ଏହି ବିସ୍ଫୋରଣ ହୋଇଛି । ନକ୍ସଲଙ୍କ ଦ୍ବାରା ରାସ୍ତାରେ ବିଛାଯାଇଥିବା ଲ୍ୟାଣ୍ଡମାଇନ ଉପରେ ସାଉ ବାରଜୋଙ୍କ ଗୋଡ଼ ପଡ଼ିଯିବାରୁ ଏହି ବିସ୍ଫୋରଣ ହୋଇଥିଲା ।
ତେବେ ଏହି ଦୁର୍ଘଟଣାରେ ସିଆରପିଏଫ ଯବାନ ସାଉଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ମନୋହରପୁର ସ୍ଥିତ ସରକାରୀ ହସ୍ପିଟାଲକୁ ପଠାଯାଇଥିଲା । କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ଅପରପକ୍ଷରେ ଝାଡ଼ଖଣ୍ଡ ସରଣ୍ଡା ସଂଲଗ୍ନ ଥଲକୋବାଦ ଓ ବିଟକେଲସୋୟା ଅଞ୍ଚଳରେ ମାଓବାଦୀଙ୍କ ଉପସ୍ଥିତି ନେଇ ସୂଚନା ମିଳିବା ପରେ ସମ୍ପୃକ୍ତ ଅଞ୍ଚଳରେ କମ୍ବିଂ ଓ ସର୍ଚ୍ଚ ଅପରେସନ ଯାରି ରହିଛି ।