ପୂର୍ବଶତ୍ରୁତାକୁ କେନ୍ଦ୍ରକରି ଯୁବକଙ୍କୁ ହତ୍ୟା । ସଂଘବଦ୍ଧ ଭାବେ ଛୁରାମାଡ କରି ହତ୍ୟା କଲେ ଦୁର୍ବୃତ୍ତ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ା ଜିଲ୍ଲା ନିକିରାଇ ଥାନା ଅଧୀନ ଧୂମାତ ଶାସନରେ । ସାମାନ୍ୟ ପାଟିତୁଣ୍ଡ ପାଇଁ ଯୁବକର ଜୀବନ ନେଲେ ଦୁର୍ବୃତ୍ତ । ମୃତ ବ୍ୟକ୍ତି ମଧ୍ୟ ଜଣେ ଅପରାଧି ଥିଲେ ।
ଅଧିକ ପଢନ୍ତୁ :ଜେଲ୍ ପରିସରରୁ କଏଦୀ ଫେରାର୍
ମିଳିଥିବା ସୂଚନା ଅନୁସାରେ, ଉକ୍ତ ବ୍ୟକ୍ତିଙ୍କ ବିରୋଧରେ ଏକାଧିକ ଅପରାଧିକ ମାମଲା ଅଛି। ନିକଟରେ ସେ ଗାଁକୁ ଫେରିଥିଲେ। ପୁରୁଣା ସହଯୋଗୀଙ୍କ ସହ ଏକାଠି ହେବା ପାଇଁ ଯୋଜନା ହୋଇଥିଲା। ଯୋଜନା ମୁତାବକ ପଟ୍ଟାମୁଣ୍ଡାଇ କେନାଲ ବନ୍ଧର ଧୂମାତ ଶାସନରେ ମଦର ଆସର ଜମିଥିଲା। ଏହି ସମୟରେ କେତେଜଣ ଯୁବକ ତାଙ୍କ ସହ ଅଚାନକ ପାଟିତୁଣ୍ଡ ଆରମ୍ଭ କରିଦେଇଥିଲେ। ପରେ ସଂଘବଦ୍ଧ ଭାବେ ତାଙ୍କୁ ଛୁରାମାଡ କରିଥିଲେ। ସ୍ଥାନୀୟ ଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଇଥିଲେ । କିନ୍ତୁ ଡାକ୍ତର ମୃତ ଘୋଷଣା କରିଥିଲେ। ଏଭଳି ଅଘଟଣ ପାଟିତୁଣ୍ଡ ପାଇଁ ହେଇଥିବା ସନ୍ଦେହ କରାଯାଉଛି ।ଏନେଇ ଖବର ପାଇ ନିକିରାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।