ଟଙ୍କା ପାଇଁ ଯୁବକଙ୍କୁ ଅପହରଣ। ଅପହରଣ ଶିକାର ହୋଇଥିବା ଯୁବକ ଜଣକ ହେଲେ କେନ୍ଦୁଝର ଜିଲ୍ଲା ଆନନ୍ଦପୁରସ୍ଥିତ ବେଲବାହାଳି ଗାଁର ପ୍ରିୟବ୍ରତ ସାହୁ। ଟଙ୍କା ଆଦାୟ ପାଇଁ ପ୍ରିୟବ୍ରତଙ୍କୁ ଉଠାଇ ନେଇ ଯାଇଥିଲେ ଗାଡ଼କଣର ଜଣେ ଯୁବକ। ଅପହୃତ ହେଇଥିବା ପ୍ରିୟବ୍ରତ ଗାଡ଼କଣର ଜଣେ ଯୁବକଙ୍କ ଠାରୁ ୨୦ ଲକ୍ଷ ଟଙ୍କା ନେଇ ତାଙ୍କୁ ଟଙ୍କା ଫେରାଉ ନଥିବାରୁ ଯୁବକ ଜଣକ ପ୍ରିୟବ୍ରତଙ୍କୁ ଉଠାଇ ନେଇଥିବା। ଏହାପରେ ସେ ପ୍ରିୟବ୍ରତଙ୍କୁ ସହିଦନଗର ଥାନାକୁ ଧରି ଆସିଥିଲେ। ଏହି ଘଟଣା ପରେ ପୋଲିସ ଏହାର ଅଧିକ ତଦନ୍ତ କରୁଛି।
ସୂଚନା ଅନୁସାରେ , ଟଙ୍କା ପାଇଁ ଯୁବକଙ୍କୁ ଫିଲ୍ମ ଷ୍ଟାଇଲରେ ଅପହରଣ। ଅପହରଣ ଶିକାର ହୋଇଥିବା ଯୁବକ ଜଣକ ହେଲେ କେନ୍ଦୁଝର ଜିଲ୍ଲା ଆନନ୍ଦପୁରସ୍ଥିତ ବେଲବାହାଳି ଗାଁର ପ୍ରିୟବ୍ରତ ସାହୁ। ଗତ କିଛି ଦିନ ତଳେ ଚାକିିରି କରାଇ ଦେବାକୁ କହି ପ୍ରିୟବ୍ରତ ପଟିଆ ଗାଡକଣ ଅଞ୍ଚଳର କେଶବ ଦାସଙ୍କଠାରୁ ୨୦ ଲକ୍ଷ ଟଙ୍କା ନେଇଥିଲେ। ହେଲେ କେଶବଙ୍କ ଚାକିରୀ ନ ହେବାରୁ ସେ ପ୍ରିୟବ୍ରତଙ୍କ ତାଙ୍କ ଟଙ୍କା ମାଗିଥିଲେ ହେଲେ ପ୍ରିୟବ୍ରତ କେଉଁଆଡେ ଗାୟବ ହୋଇଯାଇଥିଲେ। ଏହି ଠକାମିର ଶିକାର ହେବା ପରେ କେଶବ ଏନେଇ ମଞ୍ଚେଶ୍ୱର ଥାନାରେ ଏତଲା ଦେଇଥିଲେ। ଗତକାଲି ସନ୍ଧ୍ୟାରେ ପ୍ରିୟବ୍ରତ ଓ ତାଙ୍କ ସାଙ୍ଗ ଏସପ୍ଲାନେଡ଼ ମଲ ନିକଟରେ ଛିଡା ହୋଇଥିବା ଦେଖି କେଶବ ତାଙ୍କୁ କାରରେ ଅପହରଣ କରିନେଇଥିଲେ। ଏହାପରେ ସେ ପ୍ରିୟବ୍ରତଙ୍କୁ ସହିଦନଗର ଥାନାକୁ ଧରି ଆସିଥିଲେ। ପୋଲିସ ଏହି ଘଟଣାରେ ୪ ଜଣଙ୍କୁ ଅଟକ ରଖିବା ସହିତ ଘଟଣାର ଅଧିକ ତଦନ୍ତ କରୁଛି।
ଅଧିକ ପଢନ୍ତୁ ; ବେଆଇନ ମଦ ଭାଟିରେ ଚଢ଼ାଉ କରିଛି ପୋଲିସ