ଭୁବନେଶ୍ୱର କିଟ୍ କଲେଜରେ ଛାତ୍ରୀ ମୃତ୍ୟୁ ମାମଲାକୁ ନେଇ କିଟ୍ କର୍ତ୍ତୃପକ୍ଷ ଦୁଃଖ ପ୍ରକାଶ କରିବା ସହ ସଫେଇ ରଖିଛନ୍ତି । ଏହି ଘଟଣା ଦୁଃଭାର୍ଗଜନକ କହିବା ସହ ତଦନ୍ତ ପରେ ୨ ଜଣ ସିକ୍ୟୁରିଟି ଗାର୍ଡଙ୍କୁ ତୁରନ୍ତ ବହିଷ୍କାର କରାଯାଇଛି । ଏଥିସହ ହଷ୍ଟେଲ ଦାୟିତ୍ୱରେ ଥିବା ୨ ଅଧିକାରୀଙ୍କୁ ନିଲମ୍ବନ କରାଯାଇଛି । ସେହିପରି କ୍ୟାମ୍ପସରୁ ଜୋର ଜବରଦସ୍ତି ବିଦା କରାଯାିଥିବା ପିଲାଙ୍କୁ ତୁରନ୍ତ ହଷ୍ଟେଲ ଫେରିବାକୁ ଅପିଲ କରାଯାଇଛି ।
ସେପଟେ ମଙ୍ଗଳବାରରେ କିଟ କ୍ୟାମ୍ପସ ଅଶାନ୍ତ ରହିଛି । ବିଶ୍ୱବିଦ୍ୟାଳୟ ବାହାରେ ଖରାରେ ବସିରହି ନୀରବ ପ୍ରତିବାଦ କରିଛନ୍ତି ଛାତ୍ରଛାତ୍ରୀ । ଗଣମାଧ୍ୟମ ଆଗରେ କିପରି ସେମାନଙ୍କୁ ମାଡ ମରାଯାଇ ହଷ୍ଟେଲ ଛାଡିବାକୁ ବାଧ୍ୟ କରାଯାଇଥିଲା ତାହା ବଖାଣିଛନ୍ତି ।
କେବଳ ମାଡ଼ ମରାଯାଇନି ଛାତ୍ରଛାତ୍ରୀଙ୍କ ମୋବାଇଲ ଲାପଟପ୍ ଛଡାଇ ନେଇଥିବା ଅଭିଯୋଗ କରିଛନ୍ତି । ଛାତ୍ରୀଙ୍କୁ ହଷ୍ଟେଲ ୱାର୍ଡେନ ଜୟନ୍ତୀ ନାଥ ଓ ମଞ୍ଜୁସା ପାଣ୍ଡେ ଦୁଃବ୍ୟବହାର କରିଥିବା ନେଇ ଅଭିଯୋଗ ରହିଛି । ଦୁହେଁ ସାଧାରଣରେ କ୍ଷମା ପ୍ରାର୍ଥନା କରିବାକୁ ଦାବି କରିଛନ୍ତି ଛାତ୍ରଛାତ୍ରୀ ।
ଅଧିକ ପଢନ୍ତୁ: ପରିବାରବର୍ଗଙ୍କ ଉପସ୍ଥିତିରେ ହେବ ଶବ ବ୍ୟବଚ୍ଛେଦ
ତେବେ ବିଶ୍ୱବିଦ୍ୟାଳୟ କ୍ୟାମ୍ପସକୁ ଫେରିଥିବା ନେପାଳୀ ଛାତ୍ରଛାତ୍ରୀଙ୍କୁ ଏକ ଅଣ୍ଡରଟେକିଂ ଲେଖି ହଷ୍ଟେଲରେ ରହିବାକୁ ଅନୁମତି ଦିଆଯାଇଛି । ବିଶ୍ୱବିଦ୍ୟାଳୟର ସମସ୍ତ ନିୟମ ମାନିବେ ଏବଂ ବିଶୃଙ୍ଖଳା ଆଚରଣ କରିବେ ନାହିଁ ବୋଲି ଛାତ୍ରଛାତ୍ରୀମାନେ ଅଣ୍ଡରଟେକିଂ ଲେଖିଥିବା ଛାତ୍ରଛାତ୍ରୀମାନେ ପ୍ରକାଶ କରିଛନ୍ତି।