ବାଲାଜୀ ଟାୟାର୍ସ ଉପରେ ଚଢ଼ାଉ କଲା ଜି.ଏସ.ଟି ବିଭାଗ । ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ ସହରର ରଘୁନାଥ ପଡା ସ୍ଥିତ ଗଜାନନ ଅଗ୍ରୱାଲ ତଥା ତାଙ୍କ ପୁଅ ରୋହିତ ଅଗ୍ରୱାଲଙ୍କ ବାଲାଜୀ ଟାୟାର୍ସ ଗୋଦାମ ଉପରେ ପୁଣି ଥରେ ଜି ଏସ ଟି ବିଭାଗର ଏନଫୋର୍ସମେଣ୍ଟ ବିଭାଗ ବ୍ୟାପକ ପରିମାଣ ରେ ଟ୍ୟାକ୍ସ ଫାଂକୁଥିବା ନେଇ ଚଢ଼ାଉ କରିଛି । ଗୁରୁବାର ସଂଧ୍ୟା ରେ ରାଉରକେଲା ସ୍ଥିତ ଜି ଏସ ଟି ବିଭାଗର ଏନଫୋର୍ସମେଣ୍ଟ ବିଭାଗ ଛଅ ଜଣିଆ ଟିମ ସ୍ଥାନୀୟ ପୋଲିସ ପ୍ରଶାସନ ସହଯୋଗରେ ବାଲାଜୀ ଟାୟାର୍ସ ଉପରେ ଚଢ଼ାଉ କରିଛି ।
ଗଜାନନ ଅଗ୍ରୱାଲ ଏମ ଆର ଏଫ ଟାୟାର୍ସ ର ବ୍ୟବସାୟୀ ଭାବରେ ରହିଥିବା ବେଳେ ସିମେଣ୍ଟ, ଲୁହା ରଡ଼ ଆଦି ର ମଧ୍ୟ ଗୋଦାମ କରି ଗ୍ରାହକ ମାନଙ୍କୁ ବିନା ବିଲ ଭାଉଚର ରେ ଲକ୍ଷ ଲକ୍ଷ ଟଙ୍କା ର ବ୍ୟବସାୟ କରି ଆସୁଥିଲେ । ଏଥିସହ ଟାୟାର୍ସ ଗୁଡିକ ମଧ୍ୟ ବିନା ବିଲ ଭାଉଚର ରେ ବିକ୍ରି କରି ଲକ୍ଷ ଲକ୍ଷ ଟଙ୍କା ର ଟ୍ୟାକ୍ସ ଫାଂକୁଥିବା ଅଭିଯୋଗ ହୋଇ ଆସୁଥିଲା l ଗତ ୨୦୨୩ ମସିହାରେ ମଧ୍ୟ ଗଜାନନ ଅଗ୍ରୱାଲ ଙ୍କ ଏହି ଅଫିସ ଏବଂ ଗୋଦାମ ଉପରେ କଳାହାଣ୍ଡି, ଭବାନୀପାଟଣା ର ଜି ଏସ ଟି ବିଭାଗ ର ସ୍ୱତନ୍ତ୍ର ଏନଫୋର୍ସମେଣ୍ଟ ଟିମ ଚଢ଼ାଉ କରି ବ୍ୟାପକ କାଗଜପତ୍ର ଜବତ କରିଥିଲା l