ଗତ ଶୁକ୍ରବାର ବିଳମ୍ବିତ ରାତ୍ରିରେ ବୌଦ୍ଧସ୍ଥିତ ରାମଲୀଳା ମୈଦାନ ନିକଟରେ ଥିବା ଏକ ପୁରୁଣା ITI କୋଠାରେ ଏକ ଅଗ୍ନିକାଣ୍ଡ ଘଟିଛି l ତେବେ ଏହି ଅଗ୍ନିକାଣ୍ଡ ସମ୍ପର୍କରେ ଖବର ପାଇ ବୋୖଦ୍ଧ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଂଚି ନିଆଁକୁ ଆୟତ୍ତ କରିଛନ୍ତି l
ସୂଚନାଯୋଗ୍ୟ ଯେ, ଅଗ୍ନିକାଣ୍ଡ ଘଟିଥିବା ଉକ୍ତ ପୁରୁଣା ITI କୋଠାରେ ସ୍ୱାସ୍ଥ୍ୟ ବିଭାଗର ଅନେକ ଅଧିକାରୀଙ୍କ କାର୍ଯ୍ୟାଳୟ ରହିଛି l ଏହା ସହ ଜିଲ୍ଲl ଜନସ୍ୱାସ୍ଥ୍ୟ ପରୀକ୍ଷାଗାର ମଧ୍ୟ ରହିଛି l ଶୁକ୍ରବାର ବିଳମ୍ବିତ ରାତିରେ ଜନସ୍ୱାସ୍ଥ୍ୟ ପରୀକ୍ଷାଗାର ମଧ୍ୟରେ କୌଣସି କାରଣରୁ ନିଆଁଲାଗିଥିବା ଦେଖି ସ୍ଥାନୀୟ ଲୋକେ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ l ଘଟଣା ସଂକ୍ରାନ୍ତରେ ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଂଚି ଥିଲେ ମଧ୍ୟ ସବୁ ଗେଟରେ ତାଲା ପଡ଼ିଥିଲା l ଘଟଣାସ୍ଥଳରେ କୌଣସି ବିଭାଗୀୟ ଅଧିକାରୀ କିମ୍ବା କର୍ମଚାରୀ ଉପସ୍ଥିତ ନଥିବାରୁ ଶେଷରେ ତାଲା ଭାଙ୍ଗି ଅଗ୍ନିଶମ ବାହିନୀ ଯବାନମାନେ ନିଆଁକୁ ଆୟତ୍ତ କରିଥିଲେ l ତେବେ ଅଗ୍ନିକାଣ୍ଡର କାରଣ ଓ କ୍ଷୟକ୍ଷତି ନେଇ ଏପର୍ଯ୍ୟନ୍ତ ସବିଶେଷ ସୂଚନା ମିଳିପାରିନାହିଁ l
ଅଧିକ ପଢନ୍ତୁ: ୩୫ତମ ଜାତୀୟସ୍ତରୀୟ ଭଜନ ସମାରୋହ ଅନୁଷ୍ଠିତ