ସାମାନ୍ୟ ବଚସା ଯୋଗୁ ଯୁବକଙ୍କୁ ହତ୍ୟା କଲେ ଦୁର୍ବୁତ୍ତ । ପ୍ରଥମେ ଜୀବନରୁ ମାରିଦେବାକୁ ଧମକ ଦେଲେ । ଏହାପରେ ରାତିରେ ଆକ୍ରମଣ କଲେ । ଥମୁନି ହିଂସାକାଣ୍ଡ । ସାମାନ୍ୟ ବଚସା ଯୋଗୁ ଜୀବନ ନେବାକୁ ମଧ୍ୟ ପଛ ଘୁଞ୍ଚା ଦେଲେନି ଦୁର୍ବୁତ୍ତ । ଉଜାଡିଦେଲେ ଜଣଙ୍କ ଘର ସଂସାର । ବିଚ ରାସ୍ତାରେ ଯୁବକଙ୍କୁ ହାଣିଲେ ଦୁର୍ବୁତ୍ତ । ଏଭଳି ଘଟଣା ସାମ୍ନାକୁ ଆସିଛି ଗଂଜାମ ଜିଲ୍ଲାରୁ ।
ସୂଚନା ଅନୁଯାୟୀ,ଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ବାଲିଆସରା-ଷଣ୍ଢମରା ରାସ୍ତାରେ ସୋମବାର ଦିନ ସମୟରେ ଜଣେ ମୃତ ଯୁବକଙ୍କ ସହ କିଛି ଯୁବକଙ୍କ ଗଣ୍ଡଗୋଳ ହୋଇଥିଲା । ଗଣ୍ଡଗୋଳ ସମୟରେ ତାଙ୍କୁ ହାଣିଦେବାକୁ ଧମକ ମଧ୍ୟ ଦେଇଥିଲେ । ଏହାପରେ ସନ୍ଧ୍ୟା ସମୟରେ ମୃତ ଯୁବକ ଜଣକ କବି ସୂର୍ଯ୍ୟନଗରରୁ ବାଇକ୍ ଯୋଗେ ଫେରୁଥିଲେ । ସେହିସମୟରେ ୫ରୁ ୭ ଜଣ ଯୁବକ ପ୍ରଥମେ ତାଙ୍କର ପିଛା କରିଥିଲେ ।
ଏହାପରେ ମୃତ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ବିଚ୍ ରାସ୍ତାରେ ଅଟକାଇ ମାରଣାସ୍ତ୍ରରେ ତାଙ୍କୁ ଚୋଟ ପରେ ଚୋଟ ମାରିଥିଲେ। ଏହାପରେ ଦୁର୍ବୁତ୍ତ ମାନେ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲେ । ଅତ୍ୟଧିକ ରକ୍ତସ୍ରାବ ହେବାରୁ ଘଟନ ସ୍ଥଳରେ ଯୁବକଙ୍କ ମୃତ୍ୟୁ ହୋଇଥିଲା । ଏହି ଘଟଣା ଜାଣିବା ପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି । ଅଭିଯୁକ୍ତ ମାନଙ୍କୁ ଧରିବା ପାଇଁ ପୋଲିସ ତଦନ୍ତ ଆରମ୍ଭ କରିଛି ।
ଅଧିକ ପଢନ୍ତୁ :ଯୌତୁକ ପାଇଁ ଜୀବନ ହାରିଲେ ନବବଧୂ