ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ ଘୋଷଣା କଲା ସ୍ୱତନ୍ତ୍ର ପୋକ୍ସୋ କୋର୍ଟ । ନାବାଳିକାଙ୍କୁ ଦୁଷ୍କର୍ମ କରିବା ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଥିଲା । ସମ୍ବଲପୁର ଜିଲ୍ଲା ମହୁଲପାଲି ଥାନା ଅଞ୍ଚଳରେ ଘଟିଥିବା ଏକ ନାବାଳିକା ଦୁଷ୍କର୍ମ ଘଟଣାରେ ସମ୍ବଲପୁର ମାନ୍ୟବର ସ୍ୱତନ୍ତ୍ର ପୋକ୍ସୋ କୋର୍ଟ ଅଭିଯୁକ୍ତଙ୍କୁ ଆଜିବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି ।
ସୁଚନା ଅନୁସାରେ ଗତ ୨୦୧୯ ମସିହାରେ ମହୁଲପାଲି ଥାନା ଅଞ୍ଚଳରେ ଜଣେ ନାବାଳିକା ଘରେ ଏକା ଥିବା ସମୟରେ କ୍ଷିରୋଦ ଚୌଧରୀ ନାମକ ଅଭିଯୁକ୍ତ ତାକୁ ଦୁଷ୍କର୍ମ କରିଥିଲା। ଏନେଇ ଥାନାରେ ଅଭିଯୋଗ ହେବାପରେ ପୋଲିସ ତାକୁ ଗିରଫ କରିଥିଲା। ଏହି ଘଟଣାରେ ମାନ୍ୟବର ସ୍ୱତନ୍ତ୍ର ପୋକ୍ସୋ କୋର୍ଟ ବିଚାରପତି ମାମଲା ଉପରେ ଚୁଡାନ୍ତ ରାୟ ପ୍ରକାଣ କରି ସାକ୍ଷି ତଥା ପ୍ରମାଣ ଆଧାରରେ ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡ ସହ ୨୦ ହଜାର ଟଙ୍କା ଫାଇନ ଦଣ୍ଡ ଶୁଣାଇଛନ୍ତି। ଏଭଳି ନିନ୍ଦନୀୟ କାର୍ଯ୍ୟ କରିଥିବାରୁ ତାଙ୍କୁ ଉଚିତ ଦଣ୍ଡ ଦିଆଯାଇଛି ବୋଲି କୁହାଯାଇଛି ।