ସୁନା ଚୋରି ଘଟଣାରେ ଗଜପତି ଜିଲ୍ଲା ଗୁରାଣ୍ଡିଥାନାର ପୋଲିସକୁ ମିଳିଲା ସଫଳତା । ଏହି ଘଟଣାରେ ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ୨ ଅଭିଯୁକ୍ତଙ୍କ ପରିଚୟ ମଧ୍ୟ ମିଳିଛି । ୨ ଅଭିଯୁକ୍ତଙ୍କ ବିରୁଦ୍ଧରେ ବ୍ରହ୍ମପୁର, ଚିକିଟି,ଆନ୍ଧ୍ରର ଇଚ୍ଛାପୁର,ପଲାସା ,ଗଜପତି ଜିଲ୍ଲାର କାଶୀନାଗର, ଗୁରାଣ୍ଡି ପାରଳାଖେମୁଣ୍ଡି ଥାନା ଅଞ୍ଚଳରେ ଚୋରି କରୁଥିବା ପୋଲିସକୁ ସୂଚନା ମିଳିଥିଲା । ଗତ ଅକ୍ଟୋବର ମାସରୁ ଗଜପତି ଜିଲ୍ଲାର ବିଭିନ୍ନ ଥାନାରେ ସୁନା ଚୋରି ଘଟଣାରେ ୭ଟି ମାମଲା ରୁଜୁ ହୋଇଛି । ଏହି ଦୁଇ ଅପରାଧୀ ଏକୁଟିଆ କୁଆଡେ ଯାଉଥିବା ସ୍ତ୍ରୀଲୋକଙ୍କୁ ନିଜ ଟାର୍ଗେଟରେ ରଖୁଥିଲେ । ବାଇକରେ ଯାଇ ବେକରୁ ଚେନ,କାନରୁ ରିଙ୍ଗ ଇତ୍ୟାଦି ଛଡାଇ ନେଉଥିଲେ । ଯାହାକୁ ପୋଲିସ ଦୀର୍ଘଦିନ ଧରି ନଜର ରଖିଥିଲା ଗତ ୨ ଦିନ ତଳେ ଗୋଟେ ବାଇକକୁ ସନ୍ଦେହରେ ଧରିବାବେଳେ ଦୁଇଜଣ ଅଭିଯୁକ୍ତ ଧରାପଡିଥିଲେ । ସେମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ ।