କେନ୍ଦ୍ରାପଡା ଜିଲ୍ଲା ଜମ୍ବୁ ସାମୁଦ୍ରିକ ଥାନା ସ୍କୁଲ ଘେରି ଗାଁରୁ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ସାମାନ୍ୟ ଏକ ମୋଟର ସାଇକେଲ ପାଇଁ ଜଣେ ନବବଧୂ ଜୀବନ ହାରିଛନ୍ତି । ସୂଚନା ଅନୁସାରେ ରାଜନଗର ବ୍ଲକ ଗୁପ୍ତି ପଂଚାୟତର ଅଶୋକ ଗାଇନିଙ୍କ ଝିଅ ରେଖା ଘେରି ଗାଁର ଅମଲ ବିଶ୍ୱାସଙ୍କ ପୁଅ ଲକ୍ଷ୍ମୀକାନ୍ତ ବିଶ୍ୱାସଙ୍କୁ ବିବାହ କରିଥିଲେ । ଏବଂ ବିବାହ ସମୟରେ ବାପଘର ଲୋକ ଝିଅକୁ ଏକ ମଟର ସାଇକେଲ ଦେବେ ବୋଲି କହିଥିଲେ । କିନ୍ତୁ ମଟର ସାଇକେଲ ଦେଇପାରିନଥିଲେ । ଆଉ ଯେଉଁଥିପାଇଁ ଶାଶୁଘରେ ରେଖାକୁ ବାରମ୍ବାର ନିର୍ଯ୍ୟାତନା ଦେଉଥିଲେ । ଏମିତିକି ସାମାନ୍ୟ ମୋଟର ସାଇକେଲ ପାଇଁ ରେଖା ନିଜ ମାତୃତ୍ୱ ହରାଇଥିଲେ । ଆଉ ଶେଶରେ ଯୌତୁକ ପାଇଁ ରେଖା ନିଜ ଜୀବନ ହାରିଛନ୍ତି । ତେବେ ଶାଶୁଘର ଲୋକ ଏହାକୁ ଆତ୍ମହତ୍ୟା ବୋଲି ଅଭିଯୋଗ କରୁଥିବା ବେଳେ ବାପଘର ଲୋକ ଏହାକୁ ହତ୍ୟା ବୋଲି ଅଭିଯୋଗ କରିଛନ୍ତି । ଏନେଇ ସାମୁଦ୍ରିକ ଥାନାରେ ଏକ ମାମଲା ରୁଜୁ କରାଯାଇଥିବା ବେଳେ ପୋଲିସ ରେଖାଙ୍କ ସ୍ୱାମୀଙ୍କୁ ଅଟକ ରଖି ଅଧିକ ତଦନ୍ତ ଜାରି ରଖିଛି ।