ଆଜି ଓଡିଶା ଆସିବେ ଏସ ଜୟ ଶଙ୍କର । ଦୁଇ ଦିନିଆ ଓଡିଶା ଗସ୍ତରେ ଆସିବେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟ ଶଙ୍କର । ନିର୍ବାଚନକୁ ଆଉ ଅଳ୍ପଦିନ ବାକି ରହିଲା । ଏଥିପାଇଁ ସମସ୍ତ ଦଳ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଉଛି ।ବିଶେଷ କରି ଭୁବନେଶ୍ୱର, କଟକ ସମେତ ସମ୍ବଲପୁରରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି । ଏହାରିଭିତରେ ବୈଦେଶିକ ବ୍ୟାପାର ମନ୍ତ୍ରୀଙ୍କ ଭୁବନେଶ୍ବରରେ ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରାଯାଇଛି।
ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ଦୁଇଦିନିଆ ଓଡିଶା ଗସ୍ତରେ ଆସି ନିର୍ବାଚନର ପ୍ରସ୍ତୁତି ଆଲୋଚନା କରିବେ । ସେ ଭୁବନେଶ୍ୱର ବିମାନବନ୍ଦରରେ ପାଞ୍ଚିସାରିବା ପରେ ବିଶେଷ ବ୍ୟକ୍ତିବିଶେଷଙ୍କ ସହିତ ବୈଠକରେ ସାମିଲ ହେବା। ସାମ୍ବାଦିକ ସମ୍ମିଳନୀ ଦ୍ୱାରା ସମ୍ମିଳନୀ ସହିତ ବିଭିନ୍ନ ଗଣମାଧ୍ୟମର ଏଡିଟର ସହିତ ସାକ୍ଷାତକାର କରିବା ପାଇଁ ବ୍ୟବସ୍ଥା କରାଯାଇଛି । ଏହାପରେ ରବିବାର ରବିବାର କଟକରେ କିଛି କାର୍ଯ୍ୟକ୍ରମରେ ଯୋଗଦେଇ ସେଠାରୁ ସମ୍ବଲପୁର ଗସ୍ତ କରିବେ ।
ଅଧିକ ପଢନ୍ତୁ :ଓଡିଶା ଆସିବେ ହେବିୱେଟ୍ ନେତା : ଦଳୀୟ କର୍ମୀଙ୍କୁ ଦେବେ ଗୁରୁ ମନ୍ତ୍ର