ବାଙ୍କୀରେ ଘଟିଛି ଏକ ଅଭାବନୀୟ ଘଟଣା । ବାଙ୍କୀ ସ୍ଥିତ କଳାପଥର ଗ୍ରାମ କିଆପଲ୍ଲା ସାହିରେ ଜଣେ ମହିଳା କୂଅରେ ପଡିଯାଇ ତାଙ୍କର ମୃତ୍ୟୁ ହୋଇଛି । ଖବର ପାଇ, ପୋଲିସ ମୃତଦେହକୁ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଥିଲା । ସୂଚନା ଅନୁସାରେ, ମହିଳା ଜଣକ କୂଅ ପାଖକୁ ଯାଇ କୌଣସି କାରଣରୁ କୂଅ ଭିତରକୁ ଖସି ପଡ଼ିଥିଲେ । ସ୍ଥାନୀୟ ଲୋକ, ତୁରନ୍ତ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ଖବର ପାଇ, ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ମହିଳାଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି କରିଥିଲେ । ଖବର ପାଇ ପୋଲିସ ମୃତଦେହକୁ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଥିଲା । ଏହି ଘଟଣା ପରେ ପରିବାରରେ ଶୋକର ଛାୟା ଖେଳିଯାଇଛି