ଶୀତର ପ୍ରଭାବ ଧିରେ ଧିରେ କମୁଥିବା ବେଳେ ଆସନ୍ତା ସପ୍ତାହେ ଯାଏଁ ପାଗ ମୁଖ୍ୟତଃ ଶୁଖିଲା ରହିବ ବୋଲି ଆକଳନ କରିଛି ପାଣିପାଗ ବିଭାଗ। ତେବେ ଆଗାମୀ ୨ ଦିନ ଯାଏ ଘନ କୁହୁଡି ଲାଗି ରହିବ । ତେଣୁ ଜାତୀୟ ରାଜପଥରେ ଯାତାୟାତ କରୁଥିବା ସମୟରେ ଏହି ଘନ କୁହୁଡ଼ି ନଜରରେ ରଖି ସତର୍କତାର ଯିବା ପାଇଁ ପରାମର୍ଶ ଦେଇଛି ପାଣିପାଗ ବିଭାଗ। ଏହି ସମୟରେ ଦୃଶ୍ୟମାନ ଦୂରତା ୨୦୦ ରୁ ୫୦ ମିଟର ଯାଏ ରହିବ ବୋଲି ଆକଳନ କରିଛି ପାଣିପାଗ ବିଭାଗ।
ପାରାଦ୍ବୀପରେ ଘନ କୁହୁଡି ୩୦ ମିଟର, ରାଉରକେଲାରେ ୫୦ ମିଟର ଓ ଖୋର୍ଦ୍ଧାରେ ୧୦୦ ମିଟର ଯାଏଁ ଦୃଶ୍ୟମାନ ହୋଇଛି। ତେବେ ରାଜ୍ୟରେ କୋଣସି ପ୍ରକାରର ନିର୍ଦ୍ଦିିଷ୍ଟ ପାଣିପାଗର ପ୍ରଭାବ ନାହିଁ । ତେଣୁ ଆଗାମୀ ୬ ଦିନ ଯାଏଁ ପାଗ ମୁଖ୍ୟତଃ ଶୁଖିଲା ରହିବ। ଆସନ୍ତା ୨୩ ତାରିଖରେ ଏକ ପଶ୍ଚିମ ଝଡ଼ ପ୍ରଭାବରେ ରାଜ୍ୟର ଉତ୍ତର ଆଭ୍ୟନ୍ତରୀଣ ଜିଲ୍ଲା ମାନଙ୍କରେ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି ।
ବର୍ତ୍ତମାନ ରାଜ୍ୟରେ ରାତିର ତାପମାତ୍ରା ୨ ରୁ ୩ ଡିଗ୍ରୀ ବୃଦ୍ଧି ପାଇବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ ରାଜ୍ୟରେ ଶୀତର ବିଶେଷ ପ୍ରକୋପ ରହିବ ନାହିଁ । ଏହାସହ ରାଜ୍ୟରେ ବର୍ତ୍ତମାନ ଏକ ଗୁରୁଚାପ ବଳୟ ସକ୍ରିୟ ରହୁଥିବାରୁ ଆଗାମୀ ଦୁଇଦିନ ଯାଏ ଘନ କୁହୁଡିର ସମ୍ଭାବନା ରହୁଛି । ବିଶେଷ କରି ମଧ୍ୟରାତ୍ରୀରୁ ସକାଳ ଭିତରେ କୁହୁଡିର ଘନତା ୨୦୦ ରୁ ୫୦ ମିଟର ରହିବ । ଉପକୂଳ ଓ ତାର ପାର୍ଶ୍ଵବର୍ତ୍ତୀ ଜିଲ୍ଲାଗୁଡ଼ିକରେ ଆଗାମୀ ୨ ଦିନ ଯାଏ ଘନ କୁହୁଡି ସମ୍ଭାବନା ରହିଛି । ଆସନ୍ତା ୨୪ ଘଣ୍ଟାରେ ୧୬ ଜିଲ୍ଲାରେ ଘନ କୁହୁଡ଼ିକୁ ନେଇ ୟେଲୋ ୱାର୍ଣ୍ଣିଙ୍ଗ ଜାରି କରିଛି ପାଣିପାଗ ବିଭାଗ । ସେସବୁ ଜିଲ୍ଲାଗୁଡ଼ିକ ହେଲା କଟକ, ପୁରୀ, ଖୋର୍ଦ୍ଧା, ଜଗତସିଂହପୁର, କେନ୍ଦ୍ରାପଡା, ଅନୁଗୁଳ, ନୟାଗଡ, ଭଦ୍ରକ, ଗଞ୍ଜାମ, ଗଜପତି, ଯାଜପୁର, ଢେଙ୍କାନାଳ, କନ୍ଧମାଳ, ସୋନପୁର, ବୌଦ୍ଧ ଓ ରାୟଗଡା। ତେବେ ଆସନ୍ତାକାଲି ୧୩ ଜିଲ୍ଲାକୁ ଘନ କୁହୁଡ଼ି ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ।
ଅଧିକ ପଢନ୍ତୁ: ଇତିହାସ ରଚିଲା ଇସ୍ରୋର 'ନଟି ବଏ'