ହୀରାକୁଦ ଡ୍ୟାମ୍‌ରୁ ୪୦ଟି ଗେଟ୍‌ ଦେଇ ଜଳ ନିଷ୍କାସନ ଜାରି, ତଳିଆ ଅଞ୍ଚଳରେ ଲୋକଙ୍କର ବଢୁଛି ଦୁର୍ଦ୍ଦଶା
Khabar Odisha:Discharge-of-water-from-Diamond-Dam-through-40-gates-continues-the-misery-of-the-people-in-the-flooded-areas-is-increasing
ସମ୍ବଲପୁର,ଅଗଷ୍ଟ ୧୭(ଖବର ଓଡିଶା):

ହୀରାକୁଦ ଜଳଭଣ୍ଡାରରୁ ଦ୍ବିତୀୟ ଦିନରେ ବି ୪୦ଟି ସ୍ଲୁଇସ୍‌ ଗେଟ ଦେଇ ଜଳ ନିଷ୍କାସନ ହେଉଛି। ମଙ୍ଗଳବାର ସନ୍ଧ୍ୟାଠାରୁ ହୀରାକୁଦ ଜଳଭଣ୍ଡାରରୁ ୪୦ଟି ଗେଟ୍‌ ଦେଇ ଜଳ ନିଷ୍କାସନ କରାଯାଉଛି। ଫଳରେ ମହାନଦୀର ତଳିଆ ଅଞ୍ଚଳରେ ବସବାସ କରୁଥିବା ଲୋକଙ୍କର ଦୁର୍ଦ୍ଦଶା ବଢ଼ିବାରେ ଲାଗିଛି। 

ସୂଚନା ଅନୁସାରେ ହୀରାକୁଦ ଡ୍ୟାମର ବାମ ପାର୍ଶ୍ବରୁ ୨୮ଟି ଓ ଦକ୍ଷିଣ ପାର୍ଶ୍ବରୁ ୧୨ଟି ଗେଟ୍‌ ମାଧ୍ୟମରେ ଜଳ ନିଷ୍କାସନ ଥିବା ଜାରି ରହିଛି। ସେପଟେ ମହାନଦୀରେ ବନ୍ୟାଜଳ ଆସିବା ଦ୍ବାରା ତଳିଆ ଅଞ୍ଚଳର ଲୋକଙ୍କ ପାଇଁ ଦୁର୍ଦ୍ଦଶା ବଢ଼ିଛି। ଖାସ କରି ମହାନଦୀରୁ ବାହାରିଥିବା ଶାଖାନଦୀଗୁଡ଼ିକ ତଳିଆ ଅଞ୍ଚଳ ପାଇଁ ଚିନ୍ତାର କାରଣ ପାଲଟିଛି। 

ତେବେ କଟକ, ଖୋର୍ଦ୍ଧା, ପୁରୀ, ଜଗତସିଂହପୁର ଜିଲ୍ଳାର ବିଭିନ୍ନ ସ୍ଥାନରେ ଜଳମଗ୍ନ ହୋଇଛି। ହୀରାକୁଦ ଜଳ ଭଣ୍ଡାରରେ ବୁଧବାର ଅପରାହ୍ନ ୩ଟାରେ ୬୨୬.୩୧ ଫୁଟ ଜଳସ୍ତର ରହିଛି। ୪୦ଟି ଗେଟ୍‌ ଦେଇ ବନ୍ୟାଜଳ ନିଷ୍କାସିତ ହେବା ଦ୍ବାରା ମହାନଦୀର ଜଳସ୍ତର ବଢୁଛି। 

  • Tags:

Subscribe

National International State Sports Entertainment