କୋଇଡ଼ାରେ ଅସୁସ୍ଥ ଦନ୍ତା ହାତୀର ମୃତ୍ୟୁ ଘଟିଛି । ଦନ୍ତା ହାତୀଟି ଚିକିତ୍ସା ହେଉଥିବା ଅବସ୍ଥାରେ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ସୂଚନା ଅନୁସାରେ, ସୁନ୍ଦରଗଡ ଜିଲ୍ଲାର ବାଙ୍କୀ ରେଞ୍ଜର ଖେସରା ଜଙ୍ଗଲରେ କିଛି ଦିନ ତଳେ ଏକ ଦନ୍ତା ହାତୀ ଅସୁସ୍ଥ ହୋଇ ଜଙ୍ଗଲରେ ବୁଲୁଥିଲା । ଏହି ଖବର ସ୍ଥାନୀୟ ଲୋକ, ବନବିଭାଗ କର୍ମଚାରୀଙ୍କୁ ଦେଇଥିଲେ । ବନବିଭାଗ କର୍ମଚାରୀ ଉକ୍ତ ଜଙ୍ଗଲରେ ଅସୁସ୍ଥ ହାତୀକୁ ଧରିବା ପାଇଁ ବହୁ ଚେଷ୍ଟା କରିଥିଲେ । କିନ୍ତୁ ସମସ୍ତ ଚେଷ୍ଟା ବିଫଳ ହୋଇଥିଲା । ବନ ବିଭାଗ କର୍ମଚାରୀମାନେ ଟ୍ରାଙ୍କୁଲାଇଜ୍ କରି ହାତୀଟିର ଚିକିତ୍ସା କରୁଥିଲେ । କିନ୍ତୁ ବୁଧବାର ହାତୀଟିର ମୃତ୍ୟୁ ହୋଇଯାଇଛି । ବନ ବିଭାଗ କର୍ମଚାରୀମାନେ ହାତୀଟିର ମୃତ ଶରୀରକୁ ଶବ ବ୍ୟବଚ୍ଛେଦ ପାଇଁ ପଠାଇଥିଲେ । ଶବ ବ୍ୟବଚ୍ଛେଦ ପରେ ହାତୀକୁ ପୋତି ଦିଆଯାଇଛି ବୋଲି ସୂଚନା ମିଳିଛି ।