ଭୁବନେଶ୍ୱର: ଆସନ୍ତାକାଲି ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରା ଦେଖିବାକୁ ବରଗଡ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ମହାରାଜା କଂସଙ୍କ ନିମନ୍ତ୍ରଣରେ ଧନୁଯାତ୍ରା ଦେଖିବାକୁ ଯିବେ ।
ସୂଚନାଥାଉକି ଡିସେମ୍ବର ୨୪, ୨୦୨୫ରେ ଧନୁଯାତ୍ରା ଉଦଘାଟନ ହୋଇଛି। ଏହା ଜାନୁଆରୀ ୩ରେ ଶେଷ ହେବାର କାର୍ଯ୍ୟକ୍ରମ ରହିଛି । ଏହି ଯାତ୍ରା ୧୧ ଦିନ ଧରି ଚାଲିବ । ମହାରାଜା କଂସଙ୍କ ଅଟ୍ଟହାସ୍ୟରେ କମ୍ପୁଛି ବରଗଡ ଦୁଲୁକୁଛି ରଙ୍ଗମହଲ ମଞ୍ଚ । ଧନୁଯାତ୍ରା ଦେଖିବାକୁ ବରଗଡରେ ବହୁ ଦୂରରୁ ଆସି ଲୋକଙ୍କ ଭିଡ ଜମୁଛି । ସମସ୍ତଙ୍କ ମନ ଆନନ୍ଦ ଉଲ୍ଲାସରେ ଭରି ଉଠୁଛି । ରବିବାର ବରଗଡ଼ ଧନୁଯାତ୍ରା ମହୋତ୍ସବ ରାଜ ଦରବାରରେ ରାଜ ଅତିଥିଭାବେ ଯୋଗଦେଇ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ମୁଖ୍ଯମନ୍ତ୍ରୀଙ୍କ ଗସ୍ତ ନେଇ ସୂଚନା ଦେଇଛନ୍ତି।