ଭୁବନେଶ୍ୱର: ପୁଣି ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ଶିଖରଚଣ୍ଡି ପୀଠ। ମାଆଙ୍କ ଦର୍ଶନ ସହ ଭୋଜି ପାଇଁ ପର୍ଯ୍ୟଟକମାନଙ୍କୁ ଅନୁମତି ମିଳିଛି। ତେଣୁ ପୁଣି ନୂଆବର୍ଷ ଉପଲକ୍ଷେ ଦେଖିବାକୁ ମିଳିବ ମା'ଙ୍କ ପୀଠରେ ଭିଡ। କିଛିଦିନ ହେବ ଶିଖରଚଣ୍ଡି ପୀଠରେ ଦୁଇଟି ଦାନ୍ତ ହାତୀ ବୁଲୁଥିଲେ। ତେଣୁ ପର୍ଯ୍ୟଟକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି କିଛି ଦିନ ପାଇଁ ଏହି ପର୍ଯ୍ୟଟନସ୍ଥଳୀକୁ ବନ୍ଦ କରାଯାଇଥିଲା। କିନ୍ତୁ ପିରିସ୍ଥିତ ସ୍ୱାଭାବିକ ହେବା ପରେ ପୁଣି ପିକନିକ ପାଇଁ ମା'ଙ୍କ ପୀଠ ଖୋଲା ଯାଇଛି।
ସୂଚନା ଅନୁସାରେ, ଗତ ୬ ଦିନ ହେବ ଦୁଇଟି ଦନ୍ତା ହାତୀ ଆସି ଉତ୍ପାତ୍ତ ମଚାଇଥିଲେ। ଯାହାକୁ ଦୃଷ୍ଟିରେ ରଖି ପର୍ଯ୍ୟଟକଙ୍କ ଲାଗି ଶିଖରଚଣ୍ଡୀ ବନ୍ଦ କରାଯାଇଥିଲା। ଡାକବାଜି ଯନ୍ତ୍ର ସାହାଯ୍ୟରେ ଲୋକଙ୍କୁ ସଚେତନ କରାଯାଉଥିଲା। ଦୁଇଟି ଟିମ୍ ଗଠନ କରାଯାଇ ଦୁଇ ହାତୀଙ୍କ ଉପରେ ନଜର ରଖାଯାଇଥିଲା। ଦୀର୍ଘ ୬ ଦିନ ପରେ ଦୁଇ ଦନ୍ତା ଭରତପୁର ଜଙ୍ଗଲକୁ ଫେରିଛନ୍ତି। ନାଇଟ୍ ଅପରେସନରେ ବନ ବିଭାଗ ଦନ୍ତା ହାତୀଙ୍କୁ ଘଉଡାଇବାରେ ସଫଳ ହୋଇଛି।
ଅଧିକ ପଢନ୍ତୁ : କଳାକାରଙ୍କ ପାଇଁ ଖୁସିର ଖବର ଦେଲେ ମୁଖ୍ୟମନ୍ତ୍ରୀ :ବଢ଼ିଲା ମାସିକ ଭତ୍ତା ଟଙ୍କା