କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲା କୁଦାନଗରୀ ଥାନା ଆଇଆଇସି ଅରବିନ୍ଦ ଶରଣ ମହାନ୍ତି ବଦଳି ହୋଇଛନ୍ତି । ବାରୁଣୀ ବଜାର ପରିବା ଦୋକାନୀ ପୋଡ଼ି ଘଟଣାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଆଇଆଇସିଙ୍କୁ ଜିଲ୍ଲା ପୋଲିସ ମୁଖ୍ୟାଳୟକୁ ବଦଳି କରାଯାଇଛି । ତାଙ୍କ ସ୍ଥାନରେ ଜଗନ୍ନାଥ ପାଣିଗ୍ରାହୀ ହେଲେ କୁଦାନଗରୀ ଥାନାର ନୂତନ ଆଇଆଇସି ହୋଇଛନ୍ତି । ସେ ଜିଲ୍ଲା ପୋଲିସ ମୁଖ୍ୟାଳୟରୁ ବଦଳି ହୋଇ ଆସିଛନ୍ତି ।
ଶୁକ୍ରବାର ବିଳମ୍ବିତ ରାତିରେ ବାରେଣୀ ବଜରାରେ ପରିବା ଦୋକାନୀ ସୁବାସ ମଳିକ ଦୋକାନ ସହ ନିଆଁରେ ପୋଡ଼ି ହୋଇ ମୃତ୍ୟୁ ବରଣ କରିଥିଲେ । ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା । ଲୋକେ ଟାୟାର ଜାଳି ରାସ୍ତା ଅବରୋଧ କରିଥିଲେ । ତିନି ଘଣ୍ଟାରୁ ଉର୍ଦ୍ଧ୍ୱ ସମୟ ଧରି ରାସ୍ତା ଜାମ୍ ହୋଇଥିଲା । ସେପଟେ ପୋଲିସ ପରିସ୍ଥିତିକୁ ଆୟତ୍ତ କରିବାରେ ବିଫଳ ହୋଇଥିଲା । ଲିଖିତ ଅଭିଯୋଗ ନ କଲେ ପୋଲିସ ଘଟଣାସ୍ଥଳକୁ ଯିବ ନାହିଁ ବୋଲି ଥାନା ଆଇଆଇସି ଅରବିନ୍ଦ ଶରଣ ମହାନ୍ତି କହିଥିଲେ ।