ବାରିପଦା: ମୟୂରଭଞ୍ଜ ଜିଲ୍ଲା ଝାରପୋଖରିଆ ଥାନା ଅଞ୍ଚଳର ଜଣେ ୧୧ବର୍ଷର ନାବାଳିକାକୁ ଦୁଷ୍କର୍ମ ଉଦ୍ୟମ। ଅଭିଯୁକ୍ତ ଜଣକ ଜଣେ ଶିକ୍ଷକ ଅଟନ୍ତି ।
ସୂଚନା ଅନୁଯାୟୀ ପୀଡ଼ିତା ଘର ପାଖ ଦୋକାନକୁ ସଉଦା ଆଣିବାକୁ ଯାଇଥିବା ବେଳେ ସ୍ଥାନୀୟ ଶିକ୍ଷକ ଜଣକ ମିଠେଇ ଖାଇବାକୁ ଦେଇ ଅସଦାଚରଣ କରିବା ସହ ସହିତ ଦୁଷ୍କର୍ମ ଉଦ୍ୟମ କରିବା ନେଇ ପୀଡ଼ିତାଙ୍କ ମା ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗ ପରେ ଅଭିଯୁକ୍ତ ଶିକ୍ଷକ ମନୋରଞ୍ଜନ ମାଝୀଙ୍କୁ ଝାରପୋଖରିଆ ପୁଲିସ ଗିରଫ କରିଛି ।