ଭୁବନେଶ୍ୱର: ଭୁବନେଶ୍ୱରର ଶିଖରଚଣ୍ଡୀ ପାହାଡ଼ରେ ପ୍ରବେଶ ବାରଣ କରାଯାଇଛି। ଶିଖରଚଣ୍ଡୀ ମନ୍ଦିର ପ୍ରବେଶ ଗେଟ୍ରେ ତାଲା ପକାଇଛି ବନ ବିଭାଗ। ଗତ ୩ ଦିନ ହେବ ଦୁଇଟି ବଡ଼ ଦନ୍ତା ହାତୀ ଶିଖରଚଣ୍ଡୀ ପାହାଡ଼ରେ ଡେରା ପକାଇଛନ୍ତି। ହାତୀ ବୁଲୁଥିବାରୁ ପାହାଡ଼କୁ ଯିବାକୁ ବାରଣ କରିଛି ବନ ବିଭାଗ। ଡ଼ାକବାଜି ଯନ୍ତ୍ର ସାହାଯ୍ୟରେ ଲୋକଙ୍କୁ ସଚେତନ କରାଯାଉଛି।
ବର୍ତ୍ତମାନ ପର୍ଯ୍ୟଟନ ଋତୁ ଚାଲିଥିବାରୁ ପାହାଡ଼ ଉପରେ ବଣଭୋଜି ଚାଲୁଛି। ହାତୀଙ୍କ ଉପସ୍ଥିତି ଯୋଗୁଁ ଆଜି ଠାରୁ ଅନିର୍ଦ୍ଧିଷ୍ଟ କାଳ ଯାଏ ପାହାଡ ଉପରକୁ ପର୍ଯ୍ୟଟକଙ୍କୁ ବାରଣ କରାଯାଇଛି। ହାତୀ ବୁଲୁଥିବାରୁ ଅଘଟଣ ହେବାର ସମ୍ଭାବନା ମଧ୍ୟ ରହିଛି। ତେଣୁ ଲୋକଙ୍କ ସୁରକ୍ଷାକୁ ଦୃଷ୍ଟିରୁ ବନ ବିଭାଗ ଏଭଳି ପଦକ୍ଷେପ ନେଇଛି। ଏନେଇ ଇନ୍ଫୋସିଟି ଥାନାକୁ ମଧ୍ୟ ଅବଗତ କରାଇଛି ବନ ବିଭାଗ।
ତେବେ ହାତୀ ନଯିବା ପର୍ଯ୍ୟନ୍ତ ଶିଖରଚଣ୍ଡୀ ପୀଠକୁ ପ୍ରବେଶ ସମ୍ପୂର୍ଣ୍ଣ ବନ୍ଦ ରହିବ। ମୁଖ୍ୟ ଫାଟକ ବନ୍ଦ କରାଯାଇଥିବା ବେଳେ ସମ୍ମୁଖରେ ବନ କର୍ମଚାରୀ ଓ ଇନଫୋସିଟି ଥାନା ପୁଲିସ ପକ୍ଷରୁ ଲୋକଙ୍କୁ ସଚେତନ କରଯାଉଛି। ଅନ୍ୟପଟେ ହାତୀ ଦୁଇଟି ଉପରେ ନଜର ରଖିବା ପାଇଁ ଦୁଇଟି ଟିମ୍ ଗଠନ କରାଯାଇଛି।
ଅଧିକ ପଢନ୍ତୁ: ପିକନିକ୍ ସାଜିଲା କାଳ; ବୁଲିବାକୁ ଆସିଥିବା ପର୍ଯ୍ୟଟକ ସୀତାକୁଣ୍ଡରେ ବୁଡ଼ି ମୃତ