ମୟୂରଭଞ୍ଜ ଜିଲା ଶାମାଖୁଂଟା ବ୍ଲକ ଶିମିଳିପାଳ ପାଦଦେଶ ସୀତାକୁଣ୍ଡରେ ବୁଡ଼ିଗଲେ ୨ ପର୍ଯ୍ୟଟକ । ତେବେ ବର୍ତ୍ତମାନ ସେମାନଙ୍କର ମୃତଦେହ ଉଦ୍ଧାର କରାଯାଇଛି। ମୃତକ ଦୁଇ ଜଣ ଭଦ୍ରକ ଜିଲାର ବୋଲି ଜଣାପଡିଛି। ବୁଡ଼ି ଯିବା ନେଇ ଦମକଳବାହିନୀକୁ ଖବର ଦେବା ପରେ ସେମାନେ ଘଟଣାସ୍ଥଳରେ ପହଞ୍ଚି ଖୋଜାଖୋଜି କରିଥିବା ବେଳେ ମୃତଦେହ ଉଦ୍ଧାର କରାଯାଇଛି ।
ସୂଚନା ମୁତାବିକ, ପିକନିକ କରିବା ପାଇଁ ଭଦ୍ରକ ଜିଲାରୁ କିଛି ପର୍ଯ୍ୟଟକ ସୀତାକୁଣ୍ଡ ଜଳପ୍ରପାତ ଆସିଥିଲେ। ତେବେ କୁଣ୍ଡରେ ଗୋଡ ଖସିଯିବାରୁ ତିନି ଜଣ ପାଣିରେ ବୁଡି ଯାଇଥିଲେ। ଜଣଙ୍କୁ ସଙ୍ଗେ ସଙ୍ଗେ ଉଦ୍ଧାର କରାଯାଇଥିଲା । କୁଣ୍ଡର ପାଣି ଗଭୀର ଓ ପ୍ରବଳ ଥଣ୍ଡା ଥିବାରୁ ପର୍ଯ୍ୟଟକ ଦୁଇ ଜଣଙ୍କୁ ଉଦ୍ଧାର କରିପାରିନଥିଲେ ।
ଦମକଳବାହୀନି ଖୋଜାଖୋଜି କରିବା ସମୟରେ ସେମାନଙ୍କର ମୃତଦେହ ମିଳିଛି । ଖବରପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଛି । କେଉଁ କାରଣ ପାଇଁ ଏଭଳି ଅଘଟଣ ଘଟିଗଲା ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇପାରି ନାହିଁ।