କଟକ: ଚୌଦ୍ବାର ଜେଲ ପରିଦର୍ଶନ କଲେ କଟକ ଡିସିପି ଋଷିକେଶ ଖିଲାରି। ଆଡିସନାଲ ଏସପି ମୀନାକ୍ଷୀ ଠାକୁର ଓ ଜିଲ୍ଲା ଜଜ୍ ମାନସ ରଞ୍ଜନ ବାରିକ୍ ମଧ୍ୟ ତାଙ୍କ ସହ ଉପସ୍ଥିତ ରହି ଜେଲ ଭିତରେ ଯାଞ୍ଚ କରି ଫେରିଛନ୍ତି। ଜେଲ ପରିଦର୍ଶନ କରିବା ସହିତ ଜେଲ୍ ର ସୁପରିଚାଳନା ଓ ସୁରକ୍ଷା ଉପରେ ତଦାରଖ କରି ଫେରିଯାଇଛନ୍ତି। ଜେଲ୍ର ବାତାବରଣ, କଏଦୀଙ୍କ ସୁରକ୍ଷାର ସମୀକ୍ଷା କରିଛନ୍ତି।
ବିଭିନ୍ନ ଘଟଣାକୁ ନେଇ ଚୌଦ୍ବାର ଜେଲ ସବୁବେଳେ ଚର୍ଚ୍ଚାରେ ରହି ଆସୁଛି, କାରଣ ଜେଲ ଭିତରେ କଡ଼ାକଡ଼ି ସୁରକ୍ଷା ବ୍ୟବସ୍ଥା ନଥିବାରୁ ଗତ ଅକ୍ଟୋବରରେ ଚୌଦ୍ବାର ଜେଲରୁ ଦୁଇ କଏଦୀ ଜେଲ ପାଚେରୀ ଡେଇଁ ଚମ୍ପଟ ମାରିଥିଲେ। ଏମିତିକି ଅନେକ କଏଦୀ ଜେଲ ଭିତରେ ଆତ୍ମହତ୍ୟା କରିବା ଘଟଣା ମଧ୍ୟ ଜେଲର ସୁରକ୍ଷାକୁ ନେଇ ପ୍ରଶ୍ନ ଉଠାଇଛି।
ଅଧିକ ପଢନ୍ତୁ: ଗିରଫ ହେଲେ କୋଟିପତି ଜଙ୍ଗଲୀ ବାବୁ; ଚଢ଼ାଉ ବେଳେ ସମ୍ପତ୍ତି ଦେଖି ଭିଜିଲାନ୍ସର ଆଖି ଜଳକା, ବନ ଅଧିକାରୀଙ୍କ ଘରୁ ମିଳିଲା କେଜିଏ ସୁନା