କଟକ: କଟକର ଚଣ୍ଡୀମନ୍ଦିର ନିର୍ମାଣ କାର୍ଯ୍ୟ ଖୁବ ଶୀଘ୍ର ଶେଷ ହେବ । ଆସନ୍ତା ୫ ତାରିଖରେ ଶୁଭ ଦିନ ଥିବାରୁ ସେହିଦିନ ରତ୍ନମୁଦ ପଡ଼ିବ ବୋଲି ଶନିବାର ମନ୍ଦିର କାର୍ଯ୍ୟ ସମୀକ୍ଷା ପରେ ସୂଚନା ଦେଇଛନ୍ତି ସାଂସଦ ଭର୍ତ୍ତୃହରି ମହାତାବ । ସାଂସଦ କହିଛନ୍ତି ଯେ ଶ୍ରୀପଞ୍ଚମୀ ସରସ୍ୱତୀ ପୂଜା ବେଳକୁ ମନ୍ଦିରର କାମ ସମ୍ପୂର୍ଣ୍ଣ ହୋଇଯିବ । ମହାବିଷୁବ ସଂକ୍ରାନ୍ତି ସୁଦ୍ଧା ପୀଠର ଯେଉଁ ଦୁଇଟି ଆନୁସଙ୍ଗିମ କାମ ରହିଛି ତାହା ମଧ୍ୟ ଶେଷ ହେବ । ସେହିପରି ଅକ୍ଷୟ ତୃତୀୟା ବେଳକୁ ସମସ୍ତ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଯିବ । ଯେଉଁ ସମୟ ସୀମା ଦିଆଯାଇଥିଲା ସେହି ସମୟ ସୀମା ମଧ୍ୟରେ ମନ୍ଦିରର କାମ ସମ୍ପୂର୍ଣ୍ଣ ହେବ ବୋଲି ସାଂସଦ କହିଛନ୍ତି । ବର୍ଷା ଋତୁ ପୂର୍ବରୁ କାମ ଶେଷ ହେବ ।