ଭୁବନେଶ୍ୱର: ଏଣିକି ଅନଲାଇନ୍ ସହ ଅଫଲାଇନରେ ବି ପୈଠ କରିହେବ ଇ-ଚାଲାଣ। ଯଦି ଆପଣଙ୍କର ଚାଲାଣ କଟିଛି ତେବେ ଆପଣ ଅନଲାଇନ ସହିତ ଏବେ ଅଫଲାଇନରେ ବି ପୈଠ କରିପାରିବେ। ଏନେଇ ସମସ୍ତ ଆରଟିଓଙ୍କୁ ରାଜ୍ୟ ପରିବହନ ପ୍ରାଧିକରଣଙ୍କ ନିର୍ଦ୍ଦେଶ ଦେଇଛି। ଜନସାଧାରଣଙ୍କ ସୁବିଧା ପାଇଁ ନଗଦ ଅର୍ଥ ଗ୍ରହଣ ପାଇଁ ଆରଟିଓଙ୍କୁ ନିର୍ଦ୍ଦେଶ ଦେଇଛି ରାଜ୍ୟ ପରିବହନ ବିଭାଗ।
ଏଥିପାଇଁ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟରେ ସ୍ୱତନ୍ତ୍ର ଭାବେ ଅଧିକାରୀଙ୍କୁ ଦାୟିତ୍ୱ ଦିଆଯାଇଛି। ମୋବାଇଲ ନମ୍ବର ଅପଡେଟ ରଖି ନଥିବାରୁ ଓଟିପି ପାଉନଥିବା ଗାଡି ମାଲିକ ଓ ଦୁର୍ବଳ ଇଣ୍ଟରନେଟ ଅଞ୍ଚଳରେ ଲୋକଙ୍କ ପାଇଁ ଅଫଲାଇନ ସହାୟକ ହେବ ବୋଲି କୁହାଯାଇଛି। ଅନଲାଇନରେ ପୂର୍ବଭଳି https://echallan.parivahan.gov.in/ ରେ ଇ-ଚାଲାଣ ପୈଠ କରିହେବ। ଦୁର୍ବଳ ଇଣ୍ଟରନେଟ ଅଞ୍ଚଳ ଲୋକଙ୍କ ପାଇଁ ଏହା ବିଶେଷ ଭାବେ ସହାୟକ ହେବ।
ଅଧିକ ପଢନ୍ତୁ: ପ୍ରଦୂଷଣ ପ୍ରମାଣ ପତ୍ର ଥିବା ଗାଡ଼ିରେ ଲାଗିବ ଗ୍ରୀନ୍ ଷ୍ଟିକର : ପରିବହନ ମନ୍ତ୍ରୀ ବିଭୂତି ଜେନାଙ୍କ ସୂଚନା