ବୌଦ୍ଧ: ସ୍ୱାସ୍ଥ୍ୟକେନ୍ଦ୍ରରେ ନାହାଁନ୍ତି ଜଣେ ବି ଡାକ୍ତର, ନାହିଁ ନାହଁରେ ଚାଲିଛି ରୋଗୀ ସେବା l ବୌଦ୍ଧ ଜିଲ୍ଲାର ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ବଘିଆପଡ଼ା l ଏଠାରେ ଅଞ୍ଚଳ ବାସୀଙ୍କ ଆରୋଗ୍ୟ ପାଇଁ ରହିଛି ଏକ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର l କିନ୍ତୁ ବର୍ତ୍ତମାନ ଏହି ସ୍ୱାସ୍ଥ୍ୟ କେନ୍ଦ୍ରରେ ଦୁଇ ଜଣ ମଲ୍ଟି ପର୍ପୋସ୍ ସ୍ୱାସ୍ଥ୍ୟ କର୍ମୀଙ୍କ ଭରସାରେ l ଜଣେ ପୁରୁଷ ଓ ଜଣେ ମହିଳା l ବଣ ପାହାଡ ଘେରା ଆଦିବାସୀ ଅଧ୍ୟୁଷିତ ପଞ୍ଚାୟତର ଲୋକଙ୍କ ଆଶା ଭରସା ସାଜିଥିବା ଏହି ସ୍ୱାସ୍ଥ୍ୟ କେନ୍ଦ୍ରରେ ଥିବା ଆଉଟ୍ ଡୋର ଓ ଇନ୍ ଡୋର ବନ୍ଦ ରହିଛି l
କlରଣ ଡାକ୍ତରଙ୍କ କଥା ଦୂରରେ ଥାଉ ଜଣେ ଫାର୍ମାସିଷ୍ଟ ମଧ୍ୟ ନାହାନ୍ତି ସ୍ୱାସ୍ଥ୍ୟ କେନ୍ଦ୍ରରେ l ତା ଛଡ଼ା ନିକଟରେ ଥିବା ଜୱାହାର୍ ନବୋଦୟ ବିଦ୍ୟାଳୟ, ପୋଲି ଟେକ୍ ନିକ୍, ଶିଳ୍ପ ତାଲିମ କେନ୍ଦ୍ର, କୃଷି ବିଜ୍ଞାନ କେନ୍ଦ୍ର ଆଦିର ଶହ ଶହ ଛାତ୍ର ଛାତ୍ରୀ ଓ କର୍ମଚାରୀ ତଥା ସ୍ଥାନୀୟ ଜନସାଧାରଣ ନିଜର ସ୍ୱାସ୍ଥ୍ୟ ପାଇଁ ଭରସା କରୁଥିବା ଏହି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଔଷଧ ବଣ୍ଟନ ତଥା ପ୍ରାଥମିକ ଚିକିତ୍ସା ମଧ୍ୟ କରୁଛନ୍ତି ଦୁଇ ସ୍ୱାସ୍ଥ୍ୟ କର୍ମୀ l
ଔଷଧ ମହଜୁଦ ନଥିବା ହେତୁ ଏପରିକି ରକ୍ତଚାପ ଇତ୍ୟାଦି ସାଧାରଣ ଔଷଧ ପାଇଁ ମଧ୍ୟ ସ୍ଥାନୀୟ ଲୋକଙ୍କୁ ଦୌଡ଼ିବାକୁ ପଡୁଛି ପ୍ରାୟ ୨୦ କିଲୋମିଟର ଦୂରରେ ଥିବା ବୌଦ୍ଧ ମୁଖ୍ୟ ଡାକ୍ତର ଖାନlକୁ l ପ୍ରତିଦିନ ଶହ ଶହ ଲୋକ ଚିକିତ୍ସା ସୁବିଧା ନପାଇ ପାରି ଫେରିଯାଉଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ଲୋକେ l ତେଣୁ ତୁରନ୍ତ ଏହି ସ୍ୱାସ୍ଥ୍ୟ କେନ୍ଦ୍ରରେ ଫାର୍ମାସିଷ୍ଟଙ୍କ ସହିତ ଜଣେ ଡ଼ାକ୍ତର ନିଯୁକ୍ତି ପାଇଁ ସ୍ଥାନୀୟ ବାସିନ୍ଦା ଦାବୀ କରନ୍ତି l