ପିପିଲି: ଆଜି ସକାଳୁ ସକାଳୁ ପୁରୀ-ଭୁବନେଶ୍ବର ସାତଶଙ୍ଖ ଫାଣ୍ଡି ବ୍ରିଜ୍ ନିକଟରେ ଭୟଙ୍କର ସଡକ ଦୁର୍ଘଟଣା। ଫଳରେ ପିସିଆର ଭ୍ୟାନରେ ଥିବା ୩ ପୋଲିସ କର୍ମଚାରୀ ଗୁରୁତର ଭାବେ ଆହତ ହୋଇଛନ୍ତି। ଆହତଙ୍କୁ ଉଦ୍ଧାର କରି ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ତେବେ ପୋଲିସ ଉକ୍ତ ଘଟଣାରେ ୪ ଜଣଙ୍କୁ ଅଟକ ରଖିଛି। ମଦ ପିଇ କାର ଡ୍ରାଇଭିଂ କରୁଥିବା ନେଇ ତଦନ୍ତରୁ ଜଣାପଡିଛି।
ସୂଚନା ଅନୁସାରେ, ପିପିଲି ସ୍ଥିତ ସାତଶଙ୍ଖ ଫାଣ୍ଡି ବ୍ରିଜ୍ ନିକଟରେ ପିସିଆର ଭ୍ୟାନ ପାଟ୍ରୋଲିଂ କରୁଥିଲା। ଏହି ସମୟରେ ହଠାତ ବିପରୀତ ଦିଗରୁ ଆସୁଥିବା ଏକ କାରଟି ପିସିଆର ଭ୍ୟାନକୁ ଧକ୍କା ଦେଇଥିଲା। ଫଳରେ ପିସିଆର ଭ୍ୟାନଟି ଓଲଟି ପଡିଥିଲା। ଏପରିକି ଭ୍ୟାନ ଭିତରେ ଥିବା ୩ ଜଣ ପୋଲିସ କର୍ମଚାରୀ ଗୁରୁତର ଭାବେ ଆହତ ହୋଇଥିଲେ। ଆହତ ଅବସ୍ଥାରେ ଉଭୟଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ତେବେ କାରରେ ଥିବା ସମସ୍ତ ଯୁବକ ମଦ୍ୟପାନ କରିଥିବାରୁ ଏପରି ଦୁର୍ଘଟଣା ଘଟାଇଥିଆ ନେଇ ପୋଲିସ ତଦନ୍ତରୁ ଜାଣିବାକୁପାଇଛି। ତେଣୁ ପୋଲିସ ସେମାନଙ୍କୁ ଗିରଫ କରି ଅଧିକ ତଦନ୍ତ ଜାରି ରଖିଛି।
ଅଧିକ ପଢନ୍ତୁ : ଖସୁଛି ପାରଦ : ଆସନ୍ତା ୭ ଦିନ ପର୍ଯ୍ୟନ୍ତ ଅନୁଭୂତ ହେବ ପ୍ରବଳ ଶୀତ